ETV Bharat / state

ସୁନ୍ଦରଗଡ଼ରେ 2 ମୋବାଇଲ ଲୁଟେରା ଗିରଫ - ମୋବାଇଲ ଲୁଟେରା ଗିରଫ

ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା 2 ମୋବାଇଲ ଲୁଟେରାଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ । ଅଧିକ ପଢନ୍ତୁ...

ସୁନ୍ଦରଗଡ଼ରେ 2 ମୋବାଇଲ ଲୁଟେରା ଗିରଫ
ସୁନ୍ଦରଗଡ଼ରେ 2 ମୋବାଇଲ ଲୁଟେରା ଗିରଫ
author img

By

Published : Mar 26, 2021, 7:14 AM IST

ସୁନ୍ଦରଗଡ଼: ସହରରେ ଲୁଟ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିବା 2 ମୋବାଇଲ ଲୁଟେରାଙ୍କୁ ଟାଉନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ସମୟରେ ସେମାନଙ୍କ ନିକଟରୁ 9ଟି ମୋବାଇଲ ଫୋନ ସହ ଲୁଟ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ଜିନିଷ ପଦାର୍ଥକୁ ଜବତ କରାଯାଇଛି ।

ସୁନ୍ଦରଗଡ଼ରେ 2 ମୋବାଇଲ ଲୁଟେରା ଗିରଫ

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଜିଲ୍ଲାର ରାଜଗାଙ୍ଗପୁର ଅଞ୍ଚଳର ଚିଣ୍ଟୁ ମସନ ଓ ଔଜୁର ଲୁଗୁନ ଓରଫ ରାହୁଲ । ତେବେ ଅଭିଯୁକ୍ତ ଚିଣ୍ଟୁର ଘର ରାଜଗାଙ୍ଗପୁର ଭଗତ ଟୋଲାରେ ହୋଇଥିବାବେଳେ ଔଜୁର ଘର ରାଜଗାଙ୍ଗପରୁର ସେମେଲପଡା ବୋଲି ଟାଉନ ପୋଲିସ କହିଛି । ଗିରଫ ସମୟରେ ସେମାନଙ୍କ ନିକଟରୁ 9ଟି ମୋବାଇଲ ସହିତ ଗୋଟିଏ ମୋଟର ସାଇକେଲ , ନଗଦ 2220 ଟଙ୍କା, ଗୋଟିଏ ଭ୍ୟାନିଟି ବ୍ୟାଗ, ପ୍ୟାନ କାର୍ଡ ଓ ଆଧାର କାର୍ଡ ସହ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ କରାଯାଇଛି ।

ଗତ 23 ତାରିଖରେ ଲିପ୍ସା ପୃଷେଠ ନାମକ ଜଣେ ମହିଳାଙ୍କଠାରୁ ସୁନ୍ଦରଗଡ ବନ ଦୁର୍ଗା ମନ୍ଦିର ନିକଟର ଏମାନେ ଛିନତାଇ କରିଥିଲେ । ମହିଳାଙ୍କ ଆଗରେ ମୋଟର ସାଇକେଲ ଲଗାଇ ତାଙ୍କ ଭ୍ୟାନିଟି, ମୋବାଇଲ ଫୋନ ଲୁଟ କରି ଫେରାର ହୋଇଯାଇଥିଲେ । ଏ ନେଇ ସଂପୃକ୍ତ ମହିଳା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଭିତ୍ତିରେ ସୁନ୍ଦରଗଡ ଏସପିଙ୍କ ନିର୍ଦ୍ଦେଶରେ ଟାଉନ ପୋଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ଏହି ଦୁର୍ବୃତ୍ତମାନଙ୍କୁ ଗୁରୁବାର ଗିରଫ କରିଛି । ତେବେ ଏମାନଙ୍କ ନାମରେ ରାଜଗାଙ୍ଗପୁର ଥାନାରେ 2ଟି ମାମଲା ଥିବା ବେଳେ ଟାଉନ ଥାନାରେ 3ଟି ମାମଲା ରୁଜୁ ହୋଇଥିଲା ବୋଲି ପୋଲିସ କହିଛି ।

ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.