ETV Bharat / state

18 ଶ୍ରମିକଙ୍କୁ ଉଦ୍ଧାର କଲା ରାଉରକେଲା ଜିଆରପି

ରାଉରକେଲା ଜିଆରପି ରାଉରକେଲା ଷ୍ଟେସନରୁ ପାଖାପାଖି 18 ଶ୍ରମିକଙ୍କୁ ଉଦ୍ଧାର କରିଛି । ଶ୍ରମିକମାନଙ୍କ ପାଉଣା ରାଶି ନେଇ ଦଲାଲ ଠିକାଦାର ଫେରାର ରହିଥିବାରୁ ସେମାନେ ଭୋକ ଉପାସରେ ରହିଥିବା ଅଭିଯୋଗ କରିଛନ୍ତି ଉଦ୍ଧାର ଶ୍ରମିକମାନେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Sep 6, 2019, 8:59 PM IST

ରାଉରକେଲା: ରେଳବାଇ ପୋଲିସ ରାଉରକେଲା ଷ୍ଟେସନରୁ ପାଖାପାଖି 18 ଶ୍ରମିକଙ୍କୁ ଉଦ୍ଧାର କରିଛି । ଷ୍ଟେସନରେ ବସି ସେମାନେ କାନ୍ଦୁଥିବା ବେଳେ ପୋଲିସର ସନ୍ଦେହ ହେବାରୁ ସେମାନଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା । ଏହାପରେ ପୂରା ଘଟଣା ସମ୍ନାକୁ ଆସିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଉଦ୍ଧାର ଶ୍ରମିକମାନେ ସମସ୍ତେ ବିହାରର ବାସିନ୍ଦା। ଶ୍ରମିକ ମାନଙ୍କ ଅଭିଯୋଗ ଅନୁସାରେ ଜିଆରପି ଏ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ବୀରମିତ୍ରପୁର ପୋଲିସକୁ ସୂଚନା ଦେଇଛି ।

ଉଦ୍ଧାର ହୋଇଥିବା ଶ୍ରମିକଙ୍କ ସୂଚନାନୁସାରେ, ବିହାରର ସନ୍ତୋଷ ଯାଦବ ନାମକ ଏକ ଦଲାଲ ଠିକାଦାର ସେମାନଙ୍କୁ କାମ ଦେବା ପାଇଁ ବିହାରରୁ ଆଣି କୁଆରମୁଣ୍ଡାର ଦୁର୍ଗାଚଣ୍ଡୀ ନାମକ ଏକ ସ୍ପଞ୍ଜ ଆଇରନ ଫ୍ୟାକ୍ଟ୍ରିରେ ନିୟୋଜିତ କରେଇଥିଲେ। ତେବେ 7 ଦିନରୁ ଉର୍ଦ୍ଧ୍ବ କାମ କଲା ପରେ ସେମାନେ ନିଜର ପାଉଣା ମାଗିବାରୁ ଫ୍ୟାକ୍ଟ୍ରି ମାଲିକ ଠିକାଦାର ସନ୍ତୋଷକୁ ପାଉଣା ଟଙ୍କା ଦିଆଯାଇଥିବା କହିଥିଲେ। ତେବେ ଶ୍ରମିକ ମାନେ ସନ୍ତୋଷକୁ ଖୋଜିଥିଲେ ମାତ୍ର ସେ ସେଠାରୁ ଫେରାର ହେଇଯାଇଥିଲା।

ଫ୍ୟାକ୍ଟ୍ରିରେ 60 ରୁ 70 ଜଣଙ୍କୁ ଏଭଳି କାମରେ ନିୟୋଜିତ କରାଯାଇଥିବାର କହିଛନ୍ତି ଶ୍ରମିକ। ତେବେ ପଇସା ନଥିବାରୁ ଭୋକ ଉପାସରେ କୁଆରମୁଣ୍ଡାରୁ ଦୀର୍ଘ 40 କିଲୋମିଟର ରୁ ଉର୍ଦ୍ଧ ଚାଲି ଚାଲି ନିଜ ଗାଁକୁ ଫେରିବା ପାଇଁ ରାଉରକେଲା ଷ୍ଟେସନ ପହଞ୍ଚିଥିଲେ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା: ରାଉରକେଲା ରେଳବାଇ ଷ୍ଟେସନରୁ ପାଖାପାଖି 18 ଜଣ ଶ୍ରମିକ ଙ୍କୁ ଉଦ୍ଧାର କରିଛି ରେଳବାଇ ପୋଲିସ। ଷ୍ଟେସନ ରେ ବସି ଏମାନେ କାନ୍ଦୁଥିବା ବେଳେ ପୋଲିସ ର ସନ୍ଦେହ ହେବାରୁ ଏମାନଙ୍କୁ ଥାନାକୁ ଆଣି ପଚରା ଉଚୁରା ପରେ ପୁରା ଘଟଣା ସମ୍ନା କୁ ଆସିଛି। 60 ଜଣ ଶ୍ରମିକ ମାନଙ୍କ ମଧ୍ୟ ରୁ ଖାଇବା ପିଇବା ନ ପାଇ ଅନ୍ୟ ମନେ କୁଆଡେ ଗଲେ ତାହା ଜାଣି ନାହାନ୍ତି।
Body:ଏହି ଲୋକ ମାନଙ୍କ ଠାରୁ ମିଳି ଥିବା ସୂଚନା ଅନୁସାରେ ବିହାର ର ସନ୍ତୋଷ ଯାଦବ ନାମକ ଏକ ଦଲାଲ ଏମାନଙ୍କୁ କାମ ଦେବା ପାଇଁ ବିହାର ଆଣି କୁଆରମୁଣ୍ଡା ର ମହା ଚଣ୍ଡୀ ନାମକ ଏକ ସ୍ପଞ୍ଜ ଆଇରନ ଫେକ୍ଟ୍ରି ରେ ନିୟୋଜିତ କରେଇଥିଲେ। ତେବେ 7 ଦିନରୁ ଉର୍ଦ୍ଧ କାମ କଲା ପରେ ଏମାନେ ନିଜର ପାଉଣା ମାଗିବାରୁ ଫେକ୍ଟ୍ରି ମାଲିକ ସନ୍ତୋଷ କୁ ପେମେଂଟ କରାଯାଇଥିବାର କହିଥିଲେ। ତେବେ ଶ୍ରମିକ ମାନେ ସନ୍ତୋଷ କୁ ଖୋଜିବାରୁ ସେ ସେଠାରୁ ଫେରାର ହେଇଯାଇଥିଲା। ଫେକ୍ଟ୍ରି ରେ 60 ରୁ 70 ଜଣଙ୍କୁ ଏଭଳି କାମରେ ନିୟୋଜିତ କରାଯାଇଥିବାର କହିଛନ୍ତି ଶ୍ରମିକ। ତେବେ ପଇସା ନଥିବାରୁ ଭୋକ ଉପାସ ରେ କୁଆରମୁଣ୍ଡା ରୁ ଦୀର୍ଘ 40 କିଲୋମିଟର ରୁ ଉର୍ଦ୍ଧ ଚାଲି ଚାଲି ନିଜ ଗାଁ କୁ ଫେରିବା ପାଇଁ ରାଉରକେଲା ରେଳବାଇ ଷ୍ଟେସନ ପହଞ୍ଚିଥିଲେ ଏହି ଶ୍ରମିକ ମାନେ। Conclusion:ଏମାନେ ସମସ୍ତେ ବିହାର ର। ଶ୍ରମିକ ମାନଙ୍କ ଅଭିଯୋଗ ଅନୁସାରେ ଜିଆରପି ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ବିରମିତ୍ରପୁର ପୋଲିସ କୁ ହସ୍ତାନ୍ତର କରିଛି।
ବାଇଟ-ଶଙ୍କର ମାଝି, ବିହାର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.