ETV Bharat / state

ତିନୋଟି ସେବା ପାଇଁ ଗୋଟିଏ ନମ୍ବର, ରାଉରକେଲାରେ 112 ସେବାର ଶୁଭାରମ୍ଭ - ରାଉରକେଲା ଖବର

ରାଉରକେଲାରେ ଇଆରଏସଏସ 112ର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଇଆରଏସଏସ ପ୍ରକଳ୍ପର ଶୁଭ ଉଦ୍ଘାଟନ କରି ଲୋକଙ୍କ ସେବା ପାଇଁ ଲୋକାର୍ପିତ କରିବା ପରେ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ମଧ୍ୟ ଏହି ସେବା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ERSS 112 programme started in rourkela
ରାଉରକେଲାରେ ଆରମ୍ଭ ହେଲା ଇଆରଏସଏସ 112
author img

By

Published : Mar 20, 2021, 11:44 AM IST

ସୁନ୍ଦରଗଡ: ରାଉରକେଲାରେ ଇଆରଏସଏସ 112ର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଇଆରଏସଏସ ପ୍ରକଳ୍ପର ଶୁଭ ଉଦ୍ଘାଟନ କରି ଲୋକଙ୍କ ସେବା ପାଇଁ ଲୋକାର୍ପିତ କରିବା ପରେ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ମଧ୍ୟ ଗତକାଲି ଠାରୁ ଏହି ସେବା ଆରମ୍ଭ ହୋଇଛି ।

ରାଉରକେଲାରେ ଆରମ୍ଭ ହେଲା ଇଆରଏସଏସ 112

ମୁଖ୍ୟମନ୍ତ୍ରୀ ଜରୁରୀକାଳିନ ସମୟରେ ତିନୋଟି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗରୁ ଗୋଟିଏ ନମ୍ବରରେ ସୀମିତ ରଖି ଲୋକଙ୍କ ସେବାରେ ପାଇଁ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଗୋଟିଏ ନମ୍ବରରେ ତିନୋଟି ସେବାକୁ ଜଡିତ କରିଛନ୍ତି । ଇଆରଏସଏସ ପ୍ରକଳ୍ପ ମାଧ୍ୟମରେ 112 ନମ୍ବରକୁ ପ୍ରାଧାନ୍ୟ ଦେଇ ଜନସେବା ପାଇଁ ଉତ୍ସର୍ଗିକୃତ କରିଛନ୍ତି । 112 ନମ୍ବରରେ ଆପତ୍ତିକାଳୀନ ବିପଦକୁ ଟାଳିବା ନେଇ ଦମକଳ ବିଭାଗ , ଆମ୍ବୁଲାନ୍ସ ଓ ପୋଲିସ ସେବାକୁ ଯୋଡିଛନ୍ତି । ସାରା ରାଜ୍ୟରେ ବ୍ୟବହାର କରି ପାରିବା ଭଳି ଏହି ତିନି ଟିକିଆ ନମ୍ବରର ଶୁଭ ଉଦଘାଟନ ମୁଖ୍ୟମନ୍ତ୍ରୀ କଲାପରେ ଏହି ସେବା ରାଉରକେଲାରେ ପହଞ୍ଚିଛି । ପଶ୍ଚିମାଞ୍ଚଳ ଡି.ଆଇ.ଜି କବିତା ଜଲାନ ଏହି ନମ୍ବରକୁ ଶୁଭ ସଂଙ୍କେତ ଦେଇ ରାଉରକେଲାରେ ଆରମ୍ଭ କରିଛନ୍ତି । ଯାହାର ଯେଉଁ ଅସୁବିଧା ହେବ ସେମାନେ ୧୧୨ ନମ୍ବରରେ କଲ କଲେ ( ବାର୍ତ୍ତା ଦେଲେ) ତାହା ରାଜ୍ୟ କଣ୍ଟ୍ରୋଲ ରୁମକୁ ଯିବ ଏବଂ ତତ୍ କ୍ଷଣାତ୍ ଯେଉଁ ଜିଲ୍ଲାର ଘଟଣା ହୋଇଥିବ । ସେହି ଜିଲ୍ଲା କଣ୍ଟ୍ରୋଲ ରୁମକୁ ରାଜ୍ୟ କଣ୍ଟ୍ରୋଲ ରୁମରୁ ମେସେଜ ( ବାର୍ତ୍ତା ) ସାଙ୍ଗେ ସାଙ୍ଗେ ଆସିବା ସହ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏହି ନମ୍ବର କାମ କରୁଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲାର ଅଧିବାସୀ ନିଜର ଅସୁବିଧାକୁ ୧୧୨ ନମ୍ବରରେ କଲ କରି ଜଣାଇବା ସହ ଆବଶ୍ୟକ ସୁବିଧା ପାଇ ପାରିବେ । ଲୋକଙ୍କ ପାଇଁ ଗୋଟିଏ ଇଣ୍ଟିଗ୍ରେଟେଡ ନମ୍ବର ପ୍ରଚଳନ କରାଯାଇଥିବା କଥା ରାଉରକେଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.