ETV Bharat / state

Witchcraft: ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା, ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ - ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା

ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା । ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ । ୨୦୧୮ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ରତାଖଣ୍ଡି ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିଲା । ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଜଜ-୧ । ଅଧିକ ପଢନ୍ତୁ

Witchcraft: ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା, ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

author img

By

Published : Oct 28, 2022, 10:14 PM IST

ରାଉରକେଲା: ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା । ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ । ଗତ ୨୦୧୮ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ରତାଖଣ୍ଡି ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା (Suspicion of practicing witchcraft in 2018) । ଏଥିରେ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅତିରିକ୍ତ ଜିଲ୍ଲା ଜଜ-୧ (Court of Additional District Judge-I) । ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । କୋର୍ଟରେ ଦଣ୍ଡାଦେଶର ଶୁଣାଣୀ ପରେ ଆଜି ସନ୍ଧ୍ୟାରେ ସମସ୍ତ ଦୋଷୀଙ୍କୁ କଡା ସୁରକ୍ଷା ମଧ୍ୟରେ ରାଉରକେଲା ସ୍ବତନ୍ତ୍ର ଜେଲକୁ ପଠାଇ ଦିଆଯାଇଛି ।

Witchcraft: ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା, ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଗୁଣିଗାରେଡ଼ି ସନ୍ଦେହରେ ଯଶୋଦା ସିଂ ନାମକ ମହିଳାଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩ ଜଣ ମହିଳାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ କଠୋର ଦଣ୍ଡବିଧାନ (Rigorous imprisonment) କରିଛନ୍ତି । ମାମଲାର ରେକର୍ଡ ଅନୁଯାୟୀ, ୩ ଜଣ ମହିଳାଙ୍କ ସମେତ ୧୪ ଜଣ ଲୁହା ରଡ, ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର ଏବଂ ବାଡ଼ି ଧରି ରତାଖଣ୍ଡିର ଫାଗୁ ସିଂଙ୍କ ଘରେ ପଶି ଆକ୍ରମଣ କରିଥିଲେ । ଗୁଣି ଗାରେଡ଼ି ସନ୍ଦେହରେ ଫାଗୁଙ୍କ ପତ୍ନୀ ଯଶୋଦା ସିଂଙ୍କୁ ମରାଣାନ୍ତକ ଆକ୍ରମଣ କରିଥିଲେ । ସେମାନେ ଫାଗୁ ସିଂ (୬୫) ଓ ପୁଅ କମଳେଶ ସିଂ (୩୦)ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏମାନେ ଯଶୋଦାଙ୍କୁ ବଞ୍ଚାଇବା ଲାଗି ଉଦ୍ୟମ କରୁଥିବାରୁ ଆକ୍ରମଣକାରୀ ଏମାନଙ୍କୁ ଆକ୍ରମଣ କରିଥିଲେ ।

ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା ଘଟଣା, ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡ

ଏହା ବି ପଢନ୍ତୁ- ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ସଶ୍ରମ କାରାଦଣ୍ଡ, ୬ବର୍ଷ ପରେ ସଜ୍ଜା ଶୁଣାଇଲେ କୋର୍ଟ

ଏହି ଆକ୍ରମଣରେ ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ଲାଗି ଗ୍ରାମର କୌଣସି ସଦସ୍ୟ ମଧ୍ୟ ଆସିନଥିଲେ । ଏ ସମ୍ପର୍କରେ ଯଶୋଦାଙ୍କ ଝିଅ ବନିତା ଖବର ପାଇବା ପରେ ଘରେ ପହଞ୍ଚି ଆହତ ବାପା, ମାଆ ଓ ଭାଇକୁ ରାଉରକେଲା ସରକାରୀ ହସ୍ପିଟାଲ (RGH)ରେ ଭର୍ତ୍ତି କରାଇଥିଲେ । ମାତ୍ର ଘଟଣାସ୍ଥଳରେ ଯଶୋଦାଙ୍କ ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିଲେ ।

ଏ ନେଇ ମୃତ ମହିଳାଙ୍କ ଝିଅ ବନିତାଙ୍କ ଅଭିଯୋଗ ଆଧାରରେ ବିରମିତ୍ରପୁର ପୋଲିସ ଏକ ମାମଲା ରୁଜୁ କରିଥିଲା । ୨୦୧୮ ମସିହା ମାର୍ଚ୍ଚ ୩ ତାରିଖରେ ଏହି ମାମଲା ରୁଜୁ ହୋଇଥିଲା । ବିରମିତ୍ରପୁର ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ । ଏହି ମାମଲାରେ ସମସ୍ତ ଅଭିଯୁକ୍ତ ରାଉରକେଲା ସ୍ବତନ୍ତ୍ର ଜେଲରେ ବିଚାରଧୀନ କଏଦୀ ଭାବେ ରହିଥିବା ବେଳେ ରାଉରକେଲା ଏଡିଜେ-୧ରେ ଏହି ମାମଲାର ଶୁଣାଣୀ ଚାଲିଥିଲା । ଆଜି କୋର୍ଟ ଏହି ମାମଲାର ଶୁଣାଣୀ କରି ରାୟ ପ୍ରକାଶ କରିଛନ୍ତି । ସୁନ୍ଦରଗଡ଼ ପବ୍ଲିକ ପ୍ରୋସିକ୍ୟୁଟର ଅବଦୁଲ ସମିମ ଅଖତର ଓ ରାଉରକେଲା ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ସ୍ଵରୁପ ରଞ୍ଜନ ରଥ ଏହି କେସର ପରିଚାଳନା କରିଥିଲେ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.