ସୁବର୍ଣ୍ଣପୁର: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ହୋଇଛି । ଏମିତି ଏକ ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଡୁଙ୍ଗୁରୀପାଲି ଥାନା ଅନ୍ତର୍ଗତ ରାଏପାଲି ଗାଁରେ।
ସୂଚନା ମୁତାବକ,18 ବର୍ଷ ବୟସର ଅଭିମନ୍ୟୁ ବାଘ ନିଜ ଘରର ଲୁହା କବାଟ ଉପରେ ଯାଇଥିବା ବିଦ୍ୟୁତ ତାର ଝୁଲିକି ଥିବା ସତ୍ତ୍ୱେ କବାଟକୁ ବନ୍ଦ କରି ଦେଇଥିଲେ। ତାରଟି ଲୁହା କବାଟରେ ଲାଗି ଥିବାରୁ କବାଟ ବନ୍ଦ କରିବା ଫଳରେ ତାରଟି ଛିଣ୍ଡି ଯାଇଥିଲା । ସେହି କବାଟରେ ତାର ଲାଗି ବିଦ୍ୟୁତ ପ୍ରବାହ ହୋଇଥିଲା। ଫଳରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆଘାତ ହୋଇଥିଲେ।
ପ୍ରଥମେ ତାଙ୍କୁ ଡୁଙ୍ଗୁରୀପାଲି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା, ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ