ETV Bharat / state

କାର-ବାଇକ ମୁହାଁମୁହିଁ ଧକ୍କା, ଯୁବକ ମୃତ

author img

By

Published : Dec 17, 2022, 4:02 PM IST

ସୁବର୍ଣ୍ଣପୁର ହରଡ଼ଖୋଲ ଛକ ନିକଟରେ କାର ସହ ବାଇକ ମୁହାଁମୁହିଁ ଧକ୍କା । ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

accident in sonepur
accident in sonepur
accident in sonepur

ସୋନପୁର: ସୁବର୍ଣ୍ଣପୁର 57 ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ହରଡ଼ଖୋଲ ଛକ ନିକଟରେ ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ ଏକ ବାଇକ ଯୋଗେ ବଲାଙ୍ଗୀର ପଟକୁ ଯାଉଥିବା ବେଳେ ଅପରପାର୍ଶ୍ୱରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଆରୋହୀ ଜଣଙ୍କ ରାସ୍ତା ପାର୍ଶ୍ୱକୁ ଛିଟିକି ହୋଇ ତଳେ ପଡିଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଗୁରୁତର ବାଇକ ଆରୋହିଙ୍କୁ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ଗୁରୁତର ଯୁବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ମୁଣ୍ଡରେ ଗୁରୁତର ଆଘାତ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଚାଲିଛି BJPର ଗୁରୁତ୍ବପୂର୍ଣ୍ଣ ବୈଠକ, ଦଳକୁ ମଜବୁତ କରିବାକୁ ମନ୍ତ୍ର ଦେବେ ସୁନୀଲ ବଂଶଲ

ଦୁର୍ଘଟଣା ଘଟାଇଥିବା କାର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ମୃତ ବାଇକ ଆରୋହୀଙ୍କ ପରିଚୟ ମିଳି ପାରିନାହିଁ । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକର ପରିଚୟ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ସୋନପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.