ସୁବର୍ଣ୍ଣପୁର: ପାରିବାରିକ କଳହର କରୁଣ ପରିଣତ । ବେକରେ କପଡା ଲଗାଇ ଯୁବକଙ୍କ ଆତ୍ମହତ୍ୟା । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ ମୁଣ୍ଡଘାଟ ଗାଁରୁ ଏହି ଦୁଃଖଦ ଖବର ଆସିଛି । ଜିତେନ ରଂବିଡା ନାମକ ଏକ 34 ବର୍ଷୀୟ ଯୁବକ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମୃତକଙ୍କ ପରିବାରର ସୂଚନା ମୁତାବକ, ତିନି ଦିନ ଆଗରୁ ଜିତେନ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କହଳ ହୋଇଥିଲା । ଏଥିରେ ସ୍ତ୍ରୀ ରାଗି ଯାଇ ତିନି ପୁଅଙ୍କୁ ଧରି ତାଙ୍କ ବାପଘରକୁ ଚାଲି ଯାଇଥିଲେ । ଯାହାଫଳରେ ମାନସିକ ଚାପଗ୍ରସ୍ତ ରହି ଜିତେନ ପ୍ରଚୁର ମଦ୍ୟପାନ କରୁଥିଲେ । ତେବେ ବୁଧବାର କେହି ଘର ନଥିବା ସମୟରେ ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଥିବା ତାଙ୍କ ବଡଭାଇ ଜଣାଇଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ