ETV Bharat / state

World Environment Day: ନଷ୍ଟ ହେଉଛି ଲକ୍ଷାଧିକ ଚାରା

author img

By

Published : Jun 5, 2022, 2:36 PM IST

ଆଜି ବିଶ୍ବ ପରିବେଶ ଦିବସ । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଉଭୟ ସରକାରୀ ଓ ବେସରକାରୀ ଭାବେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମହାସମାରୋହରେ ଦିବସ ପାଳନ କରାଯାଉଛି । ହେଲେ ଜିଲ୍ଲାର ନାରାୟଣପୁର ଫରେଷ୍ଟ ଅନ୍ତର୍ଗତ ତିଲେଇମାଲ ନର୍ସରୀକୁ ଦେଖିଲେ ସାମାଜିକ ବନୀକରଣ ଓ ପରିବେଶ ସୁରକ୍ଷା ଦିଗରେ କେତେ ସଚେତନ ତାହା ଅନୁମାନ କରାଯାଇ ପାରୁଛି । ଅଧିକ ପଢ଼ନ୍ତୁ

huge amount of  Saplings destruction in subarnapur
World Environment Day: ନଷ୍ଟ ହେଉଛି ଲକ୍ଷଲକ୍ଷ ଚାରା

ସୁବର୍ଣ୍ଣପୁର: ଆଜି ବିଶ୍ବ ପରିବେଶ ଦିବସ(World Environment Day) । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଉଭୟ ସରକାରୀ ଓ ବେସରକାରୀ ଭାବେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମହାସମାରୋହରେ ଦିବସ ପାଳନ କରାଯାଉଛି । ରାଜନୈତିକ ବ୍ୟକ୍ତି ବିଶେଷ ଓ ସମାଜର ବିଶିଷ୍ଟ ବ୍ୟକ୍ତି ବିଶେଷ ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ ବାର୍ତ୍ତା ଦେଉଛନ୍ତି । ହେଲେ ଜିଲ୍ଲାର ନାରାୟଣପୁର ଫରେଷ୍ଟ ଅନ୍ତର୍ଗତ ତିଲେଇମାଲ ନର୍ସରୀକୁ ଦେଖିଲେ ସାମାଜିକ ବନୀକରଣ ଓ ପରିବେଶ ସୁରକ୍ଷା ଦିଗରେ ପ୍ରଶାସନ କେତେ ସଚେତନ ତାହା ଅନୁମାନ କରାଯାଇ ପାରୁଛି ।

World Environment Day: ନଷ୍ଟ ହେଉଛି ଲକ୍ଷାଧିକ ଚାରା

କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପୂରୁଣା ଜଙ୍ଗଲର ପୁନରୁଦ୍ଧାର ଓ ନୂତନ ଜଙ୍ଗଲ ସୃଷ୍ଟି କରାଯାଉଛି । ଜଙ୍ଗଲର ସୁରକ୍ଷା ତଥା ରାସ୍ତାପାର୍ଶ୍ବ ବନୀକରଣ ଆଦି ଯୋଜନା ହାତକୁ ନିଆଯାଇଛି । ହେଲେ ତିଲେଇମାଲ ନର୍ସରୀରେ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି । ଲକ୍ଷ ଲକ୍ଷ ଚାରାରେ ପାଣି ନ ଦେବାରୁ ସେଗୁଡ଼ିକ ଶୁଖିଲା ପଡିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଶାଳ, ପିଆଶାଳ, ନିମ୍ବ,ଶିଶୁ, ଶାଗୁଆନ ପରି ଅନେକ ପ୍ରକାରର ମୂଲ୍ୟବାନ ଚାରା ଶୁଖିଲା ପଡିଛି ।

ମଲା ଚାରାଗୁଡିକ ଏଣେ ତେଣେ ଫୋପାଡି ଦିଆଯାଇଛି । ବନ ବିଭାଗ ପକ୍ଷରୁ ଏହି ଅଞ୍ଚଳରେ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ଖର୍ଚ୍ଚ କରାଯାଇଥିବା ଟଙ୍କା ପାଣିରେ ପଡିଛି । ନର୍ସରୀରେ ପାଣିର ବ୍ୟବସ୍ଥା କରା ନ ଯାଇ ଏତେ ପରିମାଣର ଚାରା ନଷ୍ଟ କରାଯାଇଥିବାରୁ ଜିଲ୍ଲାର ଜନସାଧାରଣ ଉଦବେଗ ପ୍ରକାଶ କରିବା ସହିତ ଦାୟୀତ୍ବହୀନ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.