ETV Bharat / state

ନିର୍ବାଚନ ପରିଚାଳନାରେ ଭାଗନେବେ ମହିଳା କର୍ମଚାରୀ

ସୁବର୍ଣ୍ଣପୁର ନିର୍ବାଚନର ପରିଚାଳନା କରିବେ ମହିଳା କର୍ମଚାରୀ। ନିର୍ବାଚନର ତଦାରଖ କରିବା ଲାଗି ମହିଳାଙ୍କୁ ନିୟୋଜିତ କରିବେ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Mar 21, 2019, 7:40 AM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଚଳିତ ନିର୍ବାଚନର ପରିଚାଳନା କରିବେ ମହିଳା କର୍ମଚାରୀ। ମୋଟ 70ଟି ଭୋଟ କେନ୍ଦ୍ରରେ ପ୍ରିଜାଇଡିଂ ଓ ପୁଲିଂ ଅଫିସର ଭାବେ ନିୟୋଜିତ ହେବେ। ଏଥି ସହିତ ମହିଳା ପ୍ରିଜାଇଡିଂ ଅଫିସର ସହିତ ଆଉ 2ଜଣ ମହିଳା ପୋଲିଂ ଅଫିସର ଭାବେ ଗୋଟିଏ ଭୋଗ ଗ୍ରହଣ କେନ୍ଦ୍ରର ଦାୟିତ୍ବ ଦିଆଯିବ।

ନିର୍ବାଚନର ତଦାରଖ କରିବା ପାଇଁ ମହିଳାଙ୍କୁ ନିୟୋଜିତ କରିବେ ବୋଲି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାୟଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମଧୂସୂଦନ ମିଶ୍ର ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସେପଟେ, ମହିଳା କର୍ମଚାରୀମାନଙ୍କୁ ସହଯୋଗ କରିବା ପାଇଁ ଉଭୟ ବିଧାନ ସଭା ଓ ଲୋକ ସଭା ଭୋଟ ଗ୍ରହଣ କେନ୍ଦ୍ରରେ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ ହେବେ। ମହିଳା କର୍ମଚାରୀମାନଙ୍କୁ ଆବଶ୍ୟକ ତାଲିମ ଦିଆଯିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଭୋଟ ଗ୍ରହଣରେ କେନ୍ଦ୍ରରେ ଉପସ୍ଥିତ ରହିବେ। ଜିଲ୍ଲା ସଦର ମହକୁମା ଓ ବ୍ଳକ ସଦର ମହକୁମା କେତେକ ସହରରେ ମହିଳା କର୍ମଚାରୀମାନଙ୍କୁ ନିୟୋଜିତ ହେବେ।

ସୋନପୁର ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିବା ସୂଚନା ରହିଛି। ଆଗାମୀ 24 ଓ 25 ତାରିଖ ଦୁଇ ଦିନ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବା ସମ୍ଭାବନା ଥିବାର କହିଛନ୍ତି ଅଧିକାରୀ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.