ETV Bharat / state

ସୁବର୍ଣ୍ଣପୁରରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ - ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ...

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ
ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ
author img

By

Published : Dec 12, 2020, 1:41 PM IST

ସୁବର୍ଣ୍ଣପୁର: ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଘୋଷଣା କରିଛନ୍ତି।

ବୌଦ୍ଧ ଜିଲ୍ଲା ମନୁମୁଣ୍ଡା ଥାନା ଅନ୍ତର୍ଗତ ଦମାଗୁରା ଗାଁର ୪୫ ବର୍ଷିୟା ମହିଳା ପୁଷ୍ପାଞ୍ଜଳି ରାଜହାନ୍ସଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ହୃତକ୍ରିୟା ବନ୍ଦ ହୋଇଥିବା ଯୋଗୁଁ ମୃତ୍ୟୁ ହୋଇଥିବା କହିଛନ୍ତି।

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସକାଳୁ ମହିଳା ଜଣକ କପା ବାଡିକୁ କପା ତୋଳିବା ପାଇଁ ଯାଇଥିଲେ। ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ମହିଳା ଜଣକ କପା ବାଡ଼ି ଭିତରେ ଅଚେତ ଅବସ୍ଥାରେ ପଡିଥିବା ଦେଖି ସଙ୍ଗେ ସଙ୍ଗେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।

ଡାକ୍ତର ପରିକ୍ଷା କରି ଦେଖିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସଠିକ ଭାବେ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.