ETV Bharat / state

ପୋଲିସ ସାମ୍ନାରେ ନିଜ ତଣ୍ଟି କାଟି ଦେଲେ ମହିଳା

author img

By

Published : Dec 6, 2021, 4:20 PM IST

ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରରେ। ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ପୋଲିସ ଉପସ୍ଥିତିରେ ନିଜ ଗଳା କାଟିଲେ ମହିଳା
ପୋଲିସ ଉପସ୍ଥିତିରେ ନିଜ ଗଳା କାଟିଲେ ମହିଳା

ସୁବର୍ଣ୍ଣପୁର: ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରରେ । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ସୁବର୍ଣ୍ଣପୁର ସହରରେ ରାଜେଶ ଭାମାଙ୍କ ଘର । ହେଲେ ରାଜେଶଙ୍କ ଘର ସାମ୍ନାରେ ଜଣେ ମହିଳା ଆସି ରାଜେଶଙ୍କୁ ସ୍ବାମୀ ବୋଲି କହିଥିଲେ ଏବଂ ତାଙ୍କ ଘର ଆଗରେ ପାଟିତୁଣ୍ତ କରିଥିଲେ ।

ପୋଲିସ ଉପସ୍ଥିତିରେ ନିଜ ଗଳା କାଟିଲେ ମହିଳା

ତେବେ ମହିଳାଙ୍କ ନାଁ ଲକ୍ଷ୍ମୀ ବୋଲି ଜଣାପଡିଛି l ଏନେଇ ରାଜେଶଙ୍କ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ମହିଳା ଜଣକ ବ୍ଲେଡରେ ନିଜର ତଣ୍ଟି କାଟି ଦେଇଥିଲେ । ପରେ ପୋଲିସ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ମହିଳା ଜଣକ ଏପରି କାହିଁକି କଲେ ସେନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.