ETV Bharat / state

ନ୍ୟାୟ ପାଇଁ ପ୍ରଶାସନର ଦ୍ବାରସ୍ଥ ହେଲେ ପ୍ରତାରିତ ମହିଳା - ନ୍ୟାୟ ପାଇଁ ପ୍ରଶାସନର ଦ୍ବାରସ୍ତ ହେଲେ ପ୍ରତାରିତ ମହିଳା

ପ୍ରଶାସନର ଦ୍ବାରସ୍ଥ ହେଲେ ଜିଲ୍ଲାର ପ୍ରତାରିତ ମହିଳା। ସ୍ବେଚ୍ଛାସେବୀ ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ସୁବର୍ଣ୍ଣପୁର ଜିଲ୍ଲାର 6 ଜଣ ମହିଳା ପ୍ରଶାସନ ପାଖରେ ନ୍ୟାୟ ଭିକ୍ଷା କରିଛନ୍ତି। ଅଧିକ ପଢ଼ନ୍ତୁ

women approaches to district administrator for justice in subarnapur
ନ୍ୟାୟ ପାଇଁ ପ୍ରଶାସନର ଦ୍ବାରସ୍ଥ ହେଲେ ପ୍ରତାରିତ ମହିଳା
author img

By

Published : Apr 4, 2022, 1:47 PM IST

ସୁବର୍ଣ୍ଣପୁର: ପ୍ରଶାସନର ଦ୍ବାରସ୍ଥ ହେଲେ ଜିଲ୍ଲାର ପ୍ରତାରିତ ମହିଳା। ସ୍ବେଚ୍ଛାସେବୀ ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ସୁବର୍ଣ୍ଣପୁର ଜିଲ୍ଲାର 6ଜଣ ମହିଳା ପ୍ରଶାସନ ପାଖରେ ନ୍ୟାୟ ଭିକ୍ଷା କରିଛନ୍ତି। ସ୍ବାମୀମାନଙ୍କ ପ୍ରତାରଣା ଅଭିଯୋଗରେ ସମସ୍ତ ମହିଳାଙ୍କ ପକ୍ଷରୁ ଜିଲ୍ଲା ଏଡିଏମଙ୍କ ନିକଟରେ ଦାବୀପତ୍ର ଉପସ୍ଥାପନ କରାଯାଇଛି।

ନ୍ୟାୟ ପାଇଁ ପ୍ରଶାସନର ଦ୍ବାରସ୍ଥ ହେଲେ ପ୍ରତାରିତ ମହିଳା

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକର ଛଅ ଜଣ ମହିଳା ନିଜ ସନ୍ତାନ ସନ୍ତତିଙ୍କୁ ନେଇ ଏକାକି ଜୀବନ ଯାପନ କରୁଥିବା ବେଳେ ସେମାନଙ୍କ ସ୍ବାମୀମାନେ ଅନ୍ୟ ମହିଳାଙ୍କୁ ବିବାହ କରି ନିଜର ପରିବାରରୁ ଅଲଗା ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ମହିଳାମାନେ ଏବେ ବି ନିଜ ନିଜ ସ୍ବାମୀଙ୍କ ସହ ରହିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ମାତ୍ର ଲୁଚାଛପାରେ ହୋଇଥିବା ବିବାହ ବେଆଇନ ସାବ୍ୟସ୍ତ ହୋଇଥିଲେ ମଧ୍ୟ ପୋଲିସ ଅବା ସ୍ଥାନୀୟ ପ୍ରଶାସନ ମହିଳାମାନଙ୍କୁ ନ୍ୟାୟ ଦେଇ ନ ଥିବା ଅଭିଯୋଗ ହୋଇଛି । ତେବେ ମହିଳାମାନେ ନିଜ ନିଜ ସନ୍ତାନ ସନ୍ତତିଙ୍କ ଭରଣ ପୋଷଣ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହିତ ଜିଲ୍ଲା ପ୍ରଶାସନ ଏହି ମାମଲାଗୁଡିକର ସମାଧାନ କରିବା ପାଇଁ ଦାବୀ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.