ETV Bharat / state

ସ୍ବାମୀର ହତ୍ୟାକାରୀଙ୍କ ଗିରଫ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲା ସ୍ତ୍ରୀ - ଏସପିଙ୍କ ଦ୍ବାରସ୍ଥ ହେଲା ସ୍ତ୍ରୀ

ସୁବର୍ଣ୍ଣପୁର ବିନିକା ଥାନା ଅନ୍ତର୍ଗତ ବାଗବାହାଲି ଗାଁର ଗୁରୁବାରୀ ରାଉତ ତାଙ୍କ ସ୍ବାମୀଙ୍କ ହତ୍ୟାର ପର୍ଦ୍ଦାଫାସ ସହ ଦୋଷୀଙ୍କୁ ଖୋଜି ବାହାର କରିବାକୁ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ...

ସ୍ବାମୀର ହତ୍ୟାକାରୀଙ୍କ ଗିରଫ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲା ସ୍ତ୍ରୀ

author img

By

Published : Jul 15, 2020, 3:12 AM IST

ସୁବର୍ଣ୍ଣପୁର: ବିନିକା ଥାନା ଅନ୍ତର୍ଗତ ବାଗବାହାଲି ଗାଁର ଗୁରୁବାରୀ ରାଉତ ନିଜ ପରିବାର ବର୍ଗଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି । ନିଜ ସ୍ବାମୀ ଶେଷଦେବଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

ସ୍ବାମୀର ହତ୍ୟାକାରୀଙ୍କ ଗିରଫ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲା ସ୍ତ୍ରୀ

ଗତ 19 ଅପ୍ରେଲ 2020ରେ ଗୁରୁବାରୀଙ୍କ ସ୍ବାମୀ ଶେଷଦେବ ଏକ ଫୋନ ପାଇ ରାତି 8ଟାରେ ଘରୁ ବାହାରି ଆସିଥିଲେ । ହେଲେ ପରେ ସେ ଆଉ ଘରକୁ ଫେରି ନଥିଲେ । ପରଦିନ ସକାଳୁ ତାଙ୍କ ଶବ କୋଉଡ଼ିଆମୁଣ୍ଡ କେନାଲ ନିକଟ ବାଞ୍ଜିପାଲି ରାସ୍ତାର ବ୍ରିଜ ପାଖରେ ପଡିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରୁ ଶେଷଦେବଙ୍କ ମୋବାଇଲ ଫୋନ ଓ ଟିଭିଏସ ଗାଡି ମଧ୍ୟ ମିଳିଥିଲା । ତେବେ ଶେଷଦେବଙ୍କୁ ବାଞ୍ଜିପାଲି ଗାଁର ସଦାନନ୍ଦ ଭୋଇ ଭୋଜି କରିବା ପାଇଁ ଡାକିଥିବା ଗୁରୁବାରୀ ଅଭିଯୋଗ କରିଛନ୍ତି ।

ସଦାନନ୍ଦ ଓ ତାଙ୍କର ସହଯୋଗୀମାନେ ଶେଷଦେବଙ୍କୁ ଷଡଯନ୍ତ୍ର କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅନେକ ଥର ପୋଲିସ ପାଖରେ ଲିଖିତ ଅଭିଯୋଗ କରିବା ପରେ ବି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ନାହିଁ ବୋଲି କହିଛନ୍ତି ଏମାନେ । ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.