ସୁବର୍ଣ୍ଣପୁର: ସାତ ଜନ୍ମ ପାଇଁ ସାଥୀ ହୋଇଥିଲେ । ଯେଉଁ ସ୍ବାମୀଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲେ ସେହି ସ୍ବାମୀ ଏକା କରି ଆରପାରିକୁ ଚାଲିଗଲେ । ଉଭୟ ପତିପତ୍ନୀ ନିଃସନ୍ତାନ ଥିବାରୁ ଶେଷରେ ସମାଜର ସବୁ ବନ୍ଧନକୁ ଅତିକ୍ରମ କରି ନିଜ ସ୍ବାମୀଙ୍କ ଜୁଇରେ ଚିତା ଲଗାଇଛନ୍ତି ପତ୍ନୀ ।
ଏମିତି ଏକ ହୃଦୟବିଦାରକ ଦୃଶ୍ୟ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ତମାମୁରା ଗାଁରେ ଦେଖିବାକୁ ମିଳିଛି । ଘଟଣା ଅନୁସାରେ ଗ୍ରାମର ଚନ୍ଦ୍ରମଣୀ ଭୋଇ କେନାଲକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଘରକୁ ଫେରିନଥିଲେ। ଦୀର୍ଘ ସମୟ ଘରେ ଅପେକ୍ଷା କରି ପତ୍ନୀ ପାର୍ବତୀ କେନାଲ ପାଖକୁ ଖୋଜିବାକୁ ଆସିଲେ। କିନ୍ତୁ ତାଙ୍କର କୌଣସି ଖବର ପାଇନଥିଲେ।
ପରେ ଚନ୍ଦ୍ରମଣୀଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖି ଗ୍ରାମବାସୀ ଡୁଙ୍ଗୁରିପାଲି ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପଠାଇଥିଲା। ପରେ ଯାହା ଘଟିଥିଲା ତାହା ଦୁଃଖଦପୂର୍ଣ୍ଣ ଶବ ସତ୍କାର ପାଇଁ ଚନ୍ଦ୍ରମଣୀ ଭୋଇ ପୁଅ-ଝିଅ କି ବନ୍ଧୁବାନ୍ଧବ କେହି ନଥିବାରୁ ଶେଷରେ ନିଜ ସ୍ବାମୀଙ୍କୁ ମୁଖାଗ୍ନି ଦେଇଛନ୍ତି ପତ୍ନୀ ପାର୍ବତୀ ଭୋଇ। ଶବ ସତ୍କାର ସମୟରେ ସ୍ଥାନୀୟ ସରପଞ୍ଚ ଓ କିଛିଲୋକ ଉପସ୍ଥିତ ଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ