ETV Bharat / state

ULB Polls: ମତଦାନ ପାଇଁ ସୁବର୍ଣ୍ଣପୁରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି - ସୁବର୍ଣ୍ଣପୁର ଜିଲ୍ଲାରେ ପୌର ପରିଷଦ ନିର୍ବାଚନ

ସୁବର୍ଣ୍ଣପୁର ଜିଲ୍ଲାରେ ପୌର ପରିଷଦ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ଚାଲିଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୌର ନିର୍ବାଚନ ଚାଲିଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ

ULB Polls: ସୁବର୍ଣ୍ଣପୁର ଜିଲ୍ଲାରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

author img

By

Published : Mar 24, 2022, 12:53 PM IST

ସୁବର୍ଣ୍ଣପୁର: ଜିଲ୍ଲାର ଦୁଇଟି ବିଜ୍ଞାପିତ ପରିଷଦ ଅଞ୍ଚଳ ଓ ଗୋଟିଏ ପୌର ପରିଷଦ ନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ଚାଲିଛି । ଆଜି ସକାଳୁ ସକାଳୁ ଭୋଟର ମାନେ ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଦାନ ପାଇ ଲାଇନରେ ଛିଡାହେଇଛନ୍ତି । ଭୋଟର ମାନଙ୍କ ଭିତରେ ଭୋଟ ଦାନକୁ ନେଇ ବେଶ ଉତ୍ସାହ ଥିବା ଦେଖିବାକୁ ମିଳିଛି । ତେବେ ତରଭା ଓ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସଦର ସୁବର୍ଣ୍ଣପୁର ପୌର ପରିଷଦ ଭୋଟ ଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ULB Polls: ସୁବର୍ଣ୍ଣପୁର ଜିଲ୍ଲାରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସଦର ପୌର ପରିଷଦର 15 ଗୋଟି ୱାର୍ଡ ପାଇଁ 18 ଗୋଟି ଭୋଟ ଗ୍ରହଣ କରାଯାଇଥିବା ବେଳେ 17 ହଜାର 750 ଜଣ ଭୋଟର ନିଜ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସେହିପରି ବିନିକା ବିଜ୍ଞାପିତ ଅଂଚଳ ପରିଷଦ ପାଇଁ 12 ଗୋଟି ୱାର୍ଡ ଭିତରୁ 9 ଗୋଟି ୱାର୍ଡ ଓ ଅଧ୍ୟକ୍ଷ ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ବିନିକାରେ ତିନୋଟି ୱାର୍ଡରେ ତିନି ଜଣ କାଉନସିଲର ଅପ୍ରତିଦ୍ବନ୍ଦୀ ଘୋଷିତ ହୋଇଛନ୍ତି । ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ 12 ଗୋଟି ୱାର୍ଡ ଓ ଅଧ୍ୟକ୍ଷ ପଦ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ତେବେ ଆଜି ଭୋଟ ଗ୍ରହଣ ପରେ 26 ତାରିଖରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୌର ନିର୍ବାଚନ ଚାଲିଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.