ETV Bharat / state

ପାଣି ପାଇଁ ହନ୍ତସନ୍ତ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ - ପାନୀୟ ଜଳ ଯୋଗାଣ ଦାବିରେ ଆନ୍ଦୋଳନ

ସୁବର୍ଣ୍ଣପୁର ଜିଲ୍ଲାର ରକସା ପଞ୍ଚାୟତର ହିଙ୍ଗମାରେ ପାନୀୟ ଜଳ ଯୋଗାଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ଅଧିକ ପଢନ୍ତୁ

water problem in subarnapur
water problem in subarnapur
author img

By

Published : May 23, 2023, 9:37 AM IST

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ବିକ୍ଷୋଭ

ସୁବର୍ଣ୍ଣପୁର: ପାନୀୟ ଜଳ ଯୋଗାଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ସୁବର୍ଣ୍ଣପୁର ଜିଲ୍ଲାର ରକସା ପଞ୍ଚାୟତର ହିଙ୍ଗମା ଗାଁ ଲୋକେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପାନୀୟ ଜଳ ଯୋଗାଇ ଦେବାକୁ ଆନ୍ଦୋଳନ କରିଛନ୍ତି । ଗତ 12 ତାରିଖରେ ଗାଁ ଲୋକେ ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗକୁ ପାନୀୟ ଜଳ ସଙ୍କଟ ଦୂର କରିବା ପାଇଁ ଲିଖିତ ଭାବେ ଜଣାଇଥିଲେ । ହେଲେ ଗାଁ ଲୋକଙ୍କ ଦାବି ପ୍ରତି ଧ୍ୟାନ ନଦେବାରୁ ଗତକାଲି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଦାବି ଜଣାଇଛନ୍ତି ।

ସୂଚନା ମୁତାବକ, ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପ୍ରକଳ୍ପ ତିଆରି କରାଯାଇଛି । ଆଜକୁ ପ୍ରାୟ ଏକ ଦଶନ୍ଧି ହେଲା ଗାଁ ଲୋକଙ୍କୁ ଏହି ପାନୀୟ ଜଳ ପ୍ରକଳ୍ପରୁ ପାଣି ଯୋଗାଇ ଦିଆଯାଉଛି । ହେଲେ ପ୍ରକଳ୍ପର ଅନେକ ଯନ୍ତ୍ରାଂଶ ଏବେ କାର୍ଯ୍ୟ କରୁ ନଥିବାରୁ ଅଧିକାଂଶ ସମୟରେ ଲୋକେ ପାଣି ପାଇ ପାରୁନାହାନ୍ତି । ସେହିପରି ଗାଁ ଲୋକଙ୍କୁ ପାଣି ଯୋଗାଇ ଦେବାକୁ ଗାଁରେ ନୂତନ ପାଇପ ଲାଇନ ତିଆରି କରାଯିବା ସହ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ତିଆରି କରାଯାଇଛି । ଦୀର୍ଘ ଦିନ ହେଲା ନୂତନ ପାଇପ ଲାଇନ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ସେହି ପାଇପ ଲାଇନକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଯନ୍ତ୍ରୀ ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି ।

ନୂତନ ପାଇପ ଲାଇନରୁ ପାଣି ସଂଯୋଗ ବି ଦିଆଯାଉ ନାହିଁ । ପୁରୁଣା ପାଇପ ଲାଇନ ଯୋଗେ ପାଣି ଦେଉ ଥିବାରୁ ପ୍ରାୟ 90 ପ୍ରତିଶତ ପାଣି ନଷ୍ଟ ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ସେହିପରି ପ୍ରାୟ ଦେଢ ବର୍ଷ ହେଲା ପ୍ରକଳ୍ପ ପାଇଁ ଏକ ନୂତନ ପମ୍ପ ଘର ତିଆରି କରାଯାଉଛି ହେଲେ ତାହା ସମ୍ପୂର୍ଣ୍ଣ ହେବାର ନାଁ ଧରୁନାହିଁ । ଏହି ନୂତନ ପମ୍ପ ଘର ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଦିନକୁ ଦିନ ଖରା ତାତି ବଢିବାରେ ଲାଗିଥିବା ବେଳେ ଏହି ପ୍ରଚଣ୍ଡ ଗ୍ରୀଷ୍ଣରେ ଗାଁ ଲୋକେ ଗାଁ ପୋଖରୀ ଅବା ଏକମାତ୍ର ନଳକୂଅ ଉପରେ ନିର୍ଭର କରି ଚଳୁଛନ୍ତି । ଗୃହପାଳିତ ପଶୁ ଓ ମଣିଷ ଉଭୟେ ପୋଖରୀ ଉପରେ ନିର୍ଭର କରୁଛନ୍ତି । ଗାଁର ମହିଳାମାନେ ସକାଳୁସକାଳୁ ଯାଇ ନିକଟରେ ଥିବା ନାଳରୁ ପିଇବା ପାଣି ସଂଗ୍ରହ କରୁଛନ୍ତି । ଗାଁରେ ପ୍ରକଳ୍ପ ଥାଇ ବି ଲୋକେ ପାନୀୟ ଜଳ କଷ୍ଟ ଭୋଗ କରୁଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଅନୁରୋଧ କଲେ ବି ଗାଁ ଲୋକଙ୍କ ଦାବି ପୂରଣ ହୋଇନଥିବା ଅଭିଯୋଗ ହୋଇଛି । ତେଣୁ ଗାଁ ଲୋକେ ପାନୀୟ ଜଳ ସମସ୍ୟା ସମାଧାନ କରିବା ପାଇଁ ଗତକାଲି ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ତେବେ ତୁରନ୍ତ ଏହାର ପ୍ରତିକାର ନକଲେ 72 ଘଣ୍ଟା ପରେ ସମ୍ବଲପୁର-ରେଢାଖୋଲ ରାଜ୍ୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.