ସୁନ୍ଦରଗଡ: ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ଭିଜିଲାନ୍ସ ଦ୍ଵାରା ଗିରଫ । ସହୀଦ ହକ୍ ନାମକ ଜଣେ ବ୍ୟକ୍ତିଙ୍କଠାରୁ 15 ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗୋଟିଏ ବକେୟା ବିଲ ପାସ କରିବା ପାଇଁ ସେ ଏହି ଟଙ୍କା ନେଉଥିଲେ ।
ସହୀଦ ହକ୍ ଏକ କପଡା ବ୍ୟବସାୟୀ ଥିଲା । ସେ ସୁନ୍ଦରଗଡ ପୌରପାଳିକାକୁ ଗତ 3 ବର୍ଷ ପୂର୍ବେ କିଛି ଡ୍ରେସ ଯୋଗାଇଥିଲେ ମାତ୍ର ତାଙ୍କୁ ଟଙ୍କା ମିଳି ନ ଥିଲା। ସହୀଦ ହକଙ୍କ ଘର ଝାରସୁଗୁଡ଼ା ଜିଲ୍ଲାର ହୋଇଥିବା ବେଳେ ସେ ବାରମ୍ବାର ସୁନ୍ଦରଗଡ ପୌରପାଳିକା କାର୍ଯ୍ୟାଳୟ ଦୌଡିଦୌଡି କରି ହଇରାଣ ହେବା ପରେ ଟଙ୍କା ଦେବାକୁ ରାଜି ହୋଇଥିଲେ । ସେ ନେଇ ସେ ଝାରସୁଗୁଡା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।
ଆଜି ରାଉରକେଲା, ଦେବଗଡ ଓ ଝାରସୁଗୁଡ଼ା ଜିଲ୍ଲାରେ ଭିଜିଲାନ୍ସ ମିଳିତ ଭାବେ ଚଢାଉ କରି ସମ୍ପୃକ୍ତ ଅଭିଯୁକ୍ତ ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରିଛନ୍ତି।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ