ETV Bharat / state

ଜାତୀୟ ଏକତା ଦିବସରେ ମନେ ପଡ଼ନ୍ତି ଲୌହମାନବ, ଓଡ଼ିଶା ପୋଲିସ ପକ୍ଷରୁ ସର୍ଦ୍ଦାର ବଲ୍ଲଭଙ୍କୁ ଶ୍ରଦ୍ଧାଞ୍ଜଳି - NATIONAL UNITY DAY

ଓଡିଶା ପୋଲିସ ପକ୍ଷରୁ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ । ୧୪୯ ତମ ଜୟନ୍ତୀ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

National Unity Day
National Unity Day (ETV Bharat Odisha)
author img

By ETV Bharat Odisha Team

Published : Oct 31, 2024, 10:55 PM IST

ଭୁବନେଶ୍ବର: ଆଜି ଆଜି ଜାତୀୟ ଏକତା ଦିବସ । ମହାନ ଜନନାୟକ ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୪୯ ତମ ଜୟନ୍ତୀ । ସେ ଏକତାର ପ୍ରତୀକ ହୋଇଥିବା ବେଳେ ତାଙ୍କ ଜନ୍ମ ଜୟନ୍ତୀଙ୍କୁ ଏକତା ଦିବସ ରୂପେ ପାଳନ ଯାଉଛି । ଆଉ ଆଜିର ଦିନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ରାଜ୍ୟ ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ୨୦୨୪ ପାଳିତ ହୋଇଯାଇଛି ।

National Unity Day (ETV Bharat Odisha)

ଲୌହମାନବଙ୍କୁ ଶ୍ରଦ୍ଧାଞ୍ଜଳି:

ଭୁବନେଶ୍ୱରସ୍ଥିତ ଓ.ଏସ.ଏ.ପି. ସପ୍ତମ ବାଟାଲିୟନଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପରେଡ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ ମହାପୁରୁଷ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସମ୍ମିଳିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ଏହାସହ ଆରକ୍ଷୀ ମହାନିର୍ଦ୍ଦେଶକ ସର୍ଦ୍ଦାର ପଟେଲଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିବା ସହ ତାଙ୍କ କାର୍ଯ୍ୟlବଳୀ, କାର୍ଯ୍ୟଦକ୍ଷତା, ଦେଶପ୍ରେମ ଓ ସ୍ଵାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ଵାଧୀନତା ପରେ ଅନେକ ରାଜ୍ୟକୁ ଭାରତରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲ ଯେଉଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ତାହା ଅତୁଳନୀୟ ଥିଲା । ଫଳରେ ବିଶ୍ଵରେ ଭାରତ ଆଜି ଏକ ସ୍ଵତନ୍ତ୍ର ରାଷ୍ଟ୍ର ଭାବେ ପରିଚୟ ଲାଭ କରିଛି ଖୁରାନିଆ ମତବ୍ୟକ୍ତ କରିଛନ୍ତି ।

National Unity Day
National Unity Day (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...National Unity Day: 'ଜାତୀୟ ଏକତା ଦିବସ ଦେଶବାସୀଙ୍କ ମଧ୍ୟରେ ଜାତୀୟତା ସଞ୍ଚାର ପର୍ବ ହୋଇଛି'

ଏହା ମଧ୍ୟ ପଢ଼ନ୍ତୁ...ଏକତା ଦୌଡ଼’ରେ ଛାତ୍ରଛାତ୍ରୀଙ୍କ ସହ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ, ଦେଶର ଅଖଣ୍ଡତା ନିଶ୍ଚିତ କରିବାକୁ ଆହ୍ବାନ

ଏହା ମଧ୍ୟ ପଢ଼ନ୍ତୁ...ରାଷ୍ଟ୍ରୀୟ ଏକତା ଦିବସରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ, ଜାତୀୟ ଏକତା ଓ ଅଖଣ୍ଡତାର ସୁରକ୍ଷା ପାଇଁ ସାମୂହିକ ଶପଥ ପାଠ

ଶପଥ ନେଲେ ପୋଲିସ ଅଧିକାରୀ:

କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଏକତାକୁ ନେଇ ଶପଥ ନେଇଥିଲେ ଉପସ୍ଥିତ ପୋଲିସ ଅଧିକାରୀ । ଦେଶର ଅଖଣ୍ଡତା ଏକତା ବଜାୟ ରଖିବାକୁ ରାଜ୍ୟ ପୋଲିସ ସମ୍ମିଳିତ ଭାବେ ଶପଥ ନେଇଛନ୍ତି । ଏହି ଅବସରରେ ପୋଲିସ ଅଧିକାରୀମାନେ ପ୍ୟାରେଡ ପରିବେଷଣ କରିଛନ୍ତି । ପୋଲିସ ବ୍ୟାଣ୍ଡ ସହ ରାଜ୍ୟ ପୋଲିସର ବିଭିନ୍ନ ଅଧିକାରୀମାନେ ପ୍ୟାରେଡ଼ ପଦର୍ଶନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ସ୍ୱାଧୀନ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ପଟେଲଙ୍କ ଜନ୍ମ ତିଥିଙ୍କ ଦିନକୁ ଏକତା ଦିବସ ଭାବେ ଓଡିଶା ପୋଲିସ ପାଳନ କରୁଛି ଓ ତାଙ୍କର ଦେଶ ପ୍ରତି ଥିବା ତ୍ୟାଗ ଓ ସାହସର ପରାକାଷ୍ଠାକୁ ମନେ ପକାଉଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ।

National Unity Day
National Unity Day (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.