ETV Bharat / state

ସ୍ବତନ୍ତ୍ର ବାନ୍ଧଶାଢୀ, 13 ଭାଷାରେ ବୁଣାଯାଇଛି ‘ମାଁ’ ଶବ୍ଦ - unique handloom saree with MAA written

ମାଁ, ଆମା, ମାଇ, ମାତା, ଆଇ ...ଡାକ ଅନେକ ହେଲେ ଭାବନା ଗୋଟିଏ । ଆଉ ଭାବନାକୁ ପାଟଶାଢୀରେ ପ୍ରତିଫଳିତ କରିଛନ୍ତି ସୁବର୍ଣ୍ଣପୁରର ବାନ୍ଧଶିଳ୍ପୀ.. ଦେଖନ୍ତୁ ଏହି ଅନନ୍ୟ,ସ୍ବତନ୍ତ୍ର ହସ୍ତତନ୍ତ ଶାଢୀ ...

ସ୍ବତନ୍ତ୍ର ବାନ୍ଧଶାଢୀ ,  13 ଭାଷାରେ ବୁଣାଯାଇଛି ‘ମାଁ’ ଶବ୍ଦ

author img

By

Published : Jun 26, 2021, 8:45 PM IST

ସୁବର୍ଣ୍ଣପୁର: ଶାଢୀ ଭିତରେ ପାଟ । ଆଉ ପାଟ ଭିତରେ ସୁବର୍ଣ୍ଣପୁରୀ ପରିଧାନ ମହିଳାଙ୍କ ପ୍ରଥମ ପସନ୍ଦ । ସପୂଁର ସୂତା, ପ୍ରାକୃତିକ ରଙ୍ଗ, ସୁକ୍ଷ୍ମ କାରିଗରୀ ଓ ନୂଆ ୟୁନିକ ଡିଜାଇନ ଆଜି ଖାଲି ଦେଶରେ ନୁହେଁ, ସାରା ବିଶ୍ବରେ ସୁବର୍ଣ୍ଣପୁରୀ ପାଟ ବସ୍ତ୍ରର ଚାହିଦା ବଢେଇଛି । ବାନ୍ଧଶିଳ୍ପୀ ଯାଦୁଗରୀ ହାତର ସ୍ପର୍ଶରେ ଭଳିକି ଭଳି ବସ୍ତ୍ର ଉତ୍ପାଦନ କରାଯାଇ ପାରୁଛି । ଗାଁ ଗହଳିର ଗୃହିଣୀମାନଙ୍କ ଠାରୁ ଆରମ୍ଭ କରି ବଲିଉଡ ତାରକା ଯାଏଁ ସଭିଏଁ ପାଟବସ୍ତ୍ର ପ୍ରତି ଅହେତୁକ ଆକୃଷ୍ଟ । ଆଉ ବାନ୍ଧ କାରୀଗରମାନେ ବି ନୂଆ ନୂଆ ଡିଜାଇନର ବସ୍ତ୍ର ଉତ୍ପାଦନ କରି ଟେକ୍ସଟାଇଲ ଦୁନିଆରେ ବେଶ ଚହଳ ପକେଇଛନ୍ତି । ନୂଆ ଭାବେ ପ୍ରସ୍ତୁତ ହୋଇଥିବା ‘ମାଁ’ ପାଟବସ୍ତ୍ରର ଚାହିଦା ଏବେ ବଜାରରେ ଚହଳ ସୃଷ୍ଟି କରିଛି ।

ସ୍ବତନ୍ତ୍ର ବାନ୍ଧଶାଢୀ , 13 ଭାଷାରେ ବୁଣାଯାଇଛି ‘ମାଁ’ ଶବ୍ଦ

ସୋନପୁର ପଟାଭାଡ଼ି ପଡ଼ାର ରବି କିଶୋର ମେହେର । ‘ମାଁ’ ଶବ୍ଦ ସହ ଏକ ପାଟବସ୍ତ୍ର ପ୍ରସ୍ତୁତ କରି ଗାଁରୁ ସହର ସବୁଠି ଚହଳ ପକେଇ ଦେଇଛନ୍ତି । ବିଭିନ୍ନ ଭାଷାରେ ‘ମାଁ’ ଶବ୍ଦ ଖୁବ ନିଖୁଣ ଭାବେ ବସ୍ତ୍ର ଦେହରେ ଉତାରି ପାରିଛନ୍ତି ସେ ଓ ତାଙ୍କ ସହଯୋଗୀ ମାନେ ।

ଦୁଇଟି ରଙ୍ଗ ନେଇ ବିଭିନ୍ନ ଭାଷାରେ ‘ମାଁ’ ଶବ୍ଦ ଲେଖି ଯେଉଁ ବସ୍ତ୍ର ଉତ୍ପାଦନ କରିଛନ୍ତି ତାହା ମହିଳାମାନେ ବେଶ ପସନ୍ଦ କରୁଛନ୍ତି । ପୂର୍ବରୁ ଗଣିତ, ଜ୍ୟାମିତି ଓ ପୁରୁଣା ଡିଜାଇନ ଭିତରେ ତାରା, ଇକତ,ଫେରା, ଡବଲ ଇକତ,ବୃକ୍ଷବାନ୍ଧ, ଶକୁନ୍ତଳା ଆଦି ବସ୍ତ୍ର ସୁବର୍ଣ୍ଣପୁରରୁ ଉତ୍ପାଦନ ହୋଇଥିବା ବେଳେ ଏବେ ‘ମାଁ’ ବସ୍ତ୍ର ପ୍ରସ୍ତୁତ କରିଛିନ୍ତି ବାନ୍ଧଶିଳ୍ପୀ ।

‘ମାଁ’ ଶବ୍ଦଟି ଯେତିକି ମର୍ମସ୍ପର୍ଶୀ , ଝିଲମିଲ ସପୂଁର ସୂତାରେ ତିଆରି ପାଟବସ୍ତ୍ର ଦେହରେ ‘ମାଁ’ ଶବ୍ଦର ଚିତ୍ରଣ ତାଠୁଁ ଅଧିକ ହୃଦୟସ୍ପର୍ଶୀ ହୋଇପାରିଛି । ବାନ୍ଧଶିଳ୍ପୀ ରବି କିଶୋର ମେହେର ଏହି ବସ୍ତ୍ରର ଗ୍ରାଫ ବା ଡିଜାଇନ ତିଆରି କରିଥିବା ବେଳେ ବାସୁ ମେହେର ଏହି ବସ୍ତ୍ର ଡିଜାଇନର ସଂପୂର୍ଣ୍ଣ ରୂପ ଦେଇଛନ୍ତି । ଏହି ବସ୍ତ୍ରକୁ ବୁଣାକାର ବିନୋଦ ମେହେର ତାଙ୍କ ତନ୍ତରେ ନିର୍ଭୁଲ ଭାବେ ବୟନ କରିଛନ୍ତି । ତେବେ ପାଟବସ୍ତ୍ର ପରିଧାନରେ ନାରୀମାନେ ବେଶ ଆରାମ ଅନୁଭବ କରୁଥିବା ବେଳେ ନୂଆ ନୂଆ ଡିଜାଇନ ବସ୍ତ୍ରର ପରିଧାନରେ ବେଶ ମନଲୋଭା ଓ ଆକର୍ଷଣୀୟ ଲାଗୁଥିବାରୁ ଏବେ ଏହି ନୂତନ ବସ୍ତ୍ରର ଚାହିଦା ବଢିଛି ।

ବାନ୍ଧକଳାର ପ୍ରୟୋଗଶାଳା ଭାବେ ସୁବର୍ଣ୍ଣପୁର ବେଶ ପ୍ରସିଦ୍ଧି ପାଇଛି । ତେବେ କଳାକାର ଓ କାରୀଗରମାନଙ୍କ ସୃଜନଶୀଳତା ଖାଲି ରାଷ୍ଟ୍ରୀୟ କି ଅନ୍ତର୍ଜାତୀୟ ସ୍ତରରେ ସମ୍ମାନ ଆଣିଛି, ତାହା ନୁହେଁ ଏହି ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିରେ ବି ସହାୟକ ହୋଇ ପାରିଛି । ତେବେ ସବୁବେଳେ କିଛି ଖାସ, ହଟକେ ଡିଜାଇନ ଆଣିଆସୁଥିବା ଏଠାକାର ଶିଳ୍ପୀ ଏଥର ବି ମାଁ ଶାଢୀ ଜରିଆରେ ନିଜ ଉତ୍କଷ୍ଟ ପାରିଦର୍ଶୀତାକୁ କରିଛନ୍ତି ପ୍ରମାଣ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.