ସୁବର୍ଣ୍ଣପୁର: ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନୀତିକୁ ବିରୋଧ କରି ଜିଲ୍ଲାରେ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ (bank strike in Subarnapur ) । ସମସ୍ତ ଜାତୀୟ କରଣ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଜି ନିର୍ଦ୍ଧାରିତ ସମୟରେ ବ୍ୟାଙ୍କ କର୍ମଚାରୀ(bank employees )ନ ଭାରତୀୟ ଷ୍ଟେଟ ବ୍ୟାଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନୀତିକୁ ପ୍ରତିବାଦ କରିବା ସହିତ ଆଗାମୀ ଦିନରେ ସଂସଦରେ ପାରିତ ହେବାକୁ ଥିବା ବ୍ୟାଙ୍କ ସଂସ୍କାର ଆଇନର ବିରୋଧ କରିଛନ୍ତି କର୍ମଚାରୀ ।
ତେବେ ଆଜି ବ୍ୟାଙ୍କ ବନ୍ଦ ହୋଇଥିବାରୁ ଗାଁ ଗହଳିରୁ ଆସିଥିବା ହିତାଧିକାରୀ ଓ ଗ୍ରାହକମାନେ ନିରାଶରେ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା । ସହରରେ ପ୍ରାୟ 14 ଗୋଟି ବ୍ୟାଙ୍କ ଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ଆର୍ଥିକ ନେଣଦେଣରେ ସମସ୍ୟା ଦେଖା ଦେଇଛି । ବିଶେଷକରି ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଏବେ ପ୍ରତିଦିନ ହଜାର ହଜାର କୃଷକ ଋଣ ପରିଶୋଧ ଓ ନିଜ ଉତ୍ପାଦିତ ଶସ୍ୟର ମୂଲ୍ୟ ପାଇଁ ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । ବ୍ୟାଙ୍କ ଧର୍ମଘଟ ଯୋଗୁଁ ଚାଷୀମାନେ ବେଶ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବ୍ୟାଙ୍କ କର୍ମଚାରୀମାନେ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ଓ ସଂସ୍କାର ଆଇନର ପ୍ରତିବାଦ କରୁଥିବା ବେଳେ ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ଡା, ଇଟିଭି ଭାରତ