ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଛେପାପାଲି ନିକଟରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁବରଣ କରିଥିବାବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ମୃତକ ଭିତରେ ବାପ ଝିଅ ଦୁଇ ଜଣ ଅଛନ୍ତି । ମୃତକ ହେଲେ ସୁବର୍ଣ୍ଣପୁର ସହରର ବାଳଗୋପାଳ ମିଶ୍ର ଓ ତାଙ୍କ ଝିଅ ଶ୍ରୀମା ମିଶ୍ର । ଛେପାପାଲି ନିକଟରେ ପରସ୍ପର ଦିଗରୁ ଆସୁଥିବା ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ପରେ ବାଇକ ଆରୋହୀମାନେ ରାସ୍ତା କଡ଼କୁ ଛିଟିକି ହୋଇ ପଡ଼ିଥିଲେ। ସଦର ମହକୁମାରୁ ଦମକଳ ବାହିନୀ ଗୁରୁତରଙ୍କୁ ଆଣି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ରହିଛି। ଆହତ ମଧ୍ୟରେ ଜଣେ ମହିଳା ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ