ETV Bharat / state

ଫୋକସରେ ବୈଜ୍ଞାନିକ କୃଷି ପ୍ରଣାଳୀ, ସୌର ଚାଳିତ ଯନ୍ତ୍ରପାତି ବ୍ୟବହାର - Training of farmers at the District Agricultural Science Center

ଦେଶର କୃଷି ଓ କୃଷକର ଉନ୍ନତି ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବିଭିନ୍ନ ମନ୍ତ୍ରଣାଳୟର ସମନ୍ବୟରେ କୃଷକର ଆର୍ଥିକ ପ୍ରଗତି ସହିତ କୃଷି ଖର୍ଚ୍ଚ କମାଇବା ପାଇଁ ପ୍ରୟାସ ଜାରି ରହିଛି । କୃଷି ଗବେଷଣା ଲବ୍ଧ ସିଦ୍ଧାନ୍ତକୁ ନେଇ କୃଷି କାର୍ଯ୍ୟ କରିବା ପାଇଁ କୃଷକ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି । ଅଧିକ ପଢନ୍ତୁ...

Subarnapur
Subarnapur
author img

By

Published : Sep 28, 2021, 9:37 PM IST

ସୁବର୍ଣ୍ଣପୁର: ଦେଶର କୃଷି ଓ କୃଷକର ଉନ୍ନତି ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବିଭିନ୍ନ ମନ୍ତ୍ରଣାଳୟର ସମନ୍ବୟରେ କୃଷକର ଆର୍ଥିକ ପ୍ରଗତି ସହିତ କୃଷି ଖର୍ଚ୍ଚ କମାଇବା ପାଇଁ ପ୍ରୟାସ ଜାରି ରହିଛି। କୃଷି ଗବେଷଣା ଲବ୍ଧ ସିଦ୍ଧାନ୍ତକୁ ନେଇ କୃଷି କାର୍ଯ୍ୟ କରିବା ପାଇଁ କୃଷକ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି।

ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରରେ କୃଷକଙ୍କୁ ତାଲିମ ପ୍ରଦାନ

ଏହି କ୍ରମରେ ପରିବର୍ତ୍ତିତ ଜଳବାୟୁକୁ ନେଇ ସ୍ବଳ୍ପ ଇନ୍ଧନ ଖର୍ଚ୍ଚରେ କେଉଁ ଚାଷ କାର୍ଯ୍ୟ କଲେ କୃଷକ ଉତ୍ପାଦକ, ଶକ୍ତି ବୃଦ୍ଧି କରି ପାରିବ ଓ ଲାଭବାନ ହେବ ସେ ସମ୍ପର୍କରେ କୃଷକ ମାନଙ୍କୁ ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରରେ ତାଲିମ ପ୍ରଦାନ କରାଯାଇଛି। ସୌରଶକ୍ତି ସମ୍ପନ୍ନ କୃଷି ଯନ୍ତ୍ରପାତିର ବ୍ୟବହାର ସହିତ ମୃତ୍ତିକା ଓ ଜଳବାୟୁ ଉପଯୋଗୀ କୃଷି କାର୍ଯ୍ୟ ପାଇଁ ତାଲିମ ଦିଆଯାଉଛି।

ଏହା ସହିତ ଚାଷୀ ମାନଙ୍କୁ କୃଷି ପ୍ରୋତ୍ସାହନ ଦିଆଯାଉଛି । ତେବେ ଉଦ୍ୟାନ କୃଷି , ପକ୍ଷୀ ପାଳନ , ମତ୍ସ୍ୟ କୃଷି ଆଦି ସଫଳ କୃଷି କାର୍ଯ୍ୟ ପାଇଁ ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରର ଉଲ୍ଲେଖନୀୟ ଅବଦାନ ରହିଥିବା ବେଳେ କୃଷି ବୈଜ୍ଞାନିକ ମାନଙ୍କ ସହଯୋଗରେ କେନ୍ଦ୍ର ସରକାରଙ୍କ ପାଖରୁ ତିନି ଥର ଚାଷୀ କୃଷି କର୍ମଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଆଜିର ତାଲିମ ପ୍ରଦାନ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିବା ବେଳେ କୃଷି ଉପଯୋଗୀ ଯୋଜନା କାର୍ଯ୍ୟକାରୀ କରିବା ଦିଗରେ ଗୁରୁତ୍ବ ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.