ETV Bharat / state

ଶାକ୍ତ ପ୍ରମୋଦ ବାଦ୍ୟ ତତ୍ତ୍ୱରେ ଷୋହଳଭର୍ଣ୍ଣି ବାଦ୍ୟ

author img

By

Published : Oct 5, 2022, 5:21 PM IST

ଶାକ୍ତ ପ୍ରମୋଦ ବାଦ୍ୟ ତତ୍ତ୍ବରେ ଷୋହଳଭର୍ଣ୍ଣି ବାଦ୍ୟର ପ୍ରମୁଖ ଭୂମିକା ରହିଛି । ଷୋହଳଭର୍ଣ୍ଣି ଅର୍ଥାତ ଷୋହଳଟି ବାଦ୍ୟ ।ପ୍ରଥମରୁ ଷୋହଳ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ବାଦ୍ୟର ଗତି ବଢିବା ସାଂଗକୁ ଧ୍ବନି ବଢି ବଢି ଯାଇ ଶୀର୍ଷ ସ୍ଥାନରେ ପହଞ୍ଚେ । ଅଧିକ ପଢନ୍ତୁ

ଶାକ୍ତ ପ୍ରମୋଦ ବାଦ୍ୟ ତତ୍ତ୍ୱରେ ଷୋହଳଭର୍ଣ୍ଣି ବାଦ୍ୟ
ଶାକ୍ତ ପ୍ରମୋଦ ବାଦ୍ୟ ତତ୍ତ୍ୱରେ ଷୋହଳଭର୍ଣ୍ଣି ବାଦ୍ୟ

ସୁବର୍ଣ୍ଣପୁର: ପାରମ୍ପରିକ ଲୋକବାଦ୍ୟ ଷୋହଳ ଭର୍ଣ୍ଣି ବାଦ୍ୟ । ଏହି ବାଦ୍ୟର ଗୁରୁଗମ୍ଭୀର ଧ୍ବନିରେ ମୁଖରିତ ହୁଏ ସାରା ପରିବେଶ । ବିଶେଷକରି ସୋନପୁର ଗଡଜାତର ମହାବଳି ଯାତ୍ରାରେ ଏହି ଷୋହଳ ଭର୍ଣ୍ଣି ବାଦ୍ୟର ପ୍ରୟୋଗ ହୁଏ । କାହିଁ କେଉଁ ଅମଳରୁ ବଳିଯାତ୍ରାରେ ମାହେଶ୍ବରୀ ବା ଚେପଟା ଢୋଲ ବ୍ୟବହାର ହୋଇ ଆସୁଛି । ପାଟ ଢୋଲିଆ ଚେପଟା ଢୋଲରେ ପର୍ଯ୍ୟାୟ କ୍ରମେ ଖାଡି ପରେ ଖାଡି ଷୋହଳ ଖାଡି ବାଦ୍ୟ ବଜାଇ ଯନ୍ତ୍ରାଋଢ ବରୁଆ ଦେହରେ ଦୈବୀଶକ୍ତି ପ୍ରକଟିତ କରିବାରେ ସହାୟକ ହୁଅନ୍ତି । ତାନ୍ତ୍ରିକ ପଦ୍ଧତିରେ ଭିନ୍ନ ଭିନ୍ନ ପ୍ରକାରର ଯନ୍ତ୍ର ଓ ରହସ୍ୟମୟ ମନ୍ତ୍ରର ପ୍ରୟୋଗରେ ବଳିଯାତ୍ରା ପାଳନ କରାଯାଏ ।

ଶାକ୍ତ ପ୍ରମୋଦ ବାଦ୍ୟ ତତ୍ତ୍ବରେ ଷୋହଳଭର୍ଣ୍ଣି ବାଦ୍ୟର ପ୍ରମୁଖ ଭୂମିକା ରହିଛି । ଷୋହଳଭର୍ଣ୍ଣି ଅର୍ଥାତ ଷୋହଳଟି ବାଦ୍ୟ । ପ୍ରଥମରୁ ଷୋହଳ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ବାଦ୍ୟର ଗତି ବଢିବା ସାଙ୍ଗକୁ ଧ୍ବନି ବଢି ବଢି ଯାଇ ଶୀର୍ଷ ସ୍ଥାନରେ ପହଞ୍ଚେ । ଆଉ ଷୋହଳଭର୍ଣ୍ଣି ବାଦ୍ୟ ପାଇଁ କେବଳ ଢୋଲ ବାଦ୍ୟଯନ୍ତ୍ରର ବ୍ୟବହାର ହୋଇଥାଏ । ଶାକ୍ତ ଶାସ୍ତ୍ର ଓ ବାଦ୍ୟ ତତ୍ବର ଆଧାରରେ ସୋନପୁର ଗଡଜାତର ମହାବଳୀ ଯାତ୍ରାରେ ଷୋହଳଭର୍ଣ୍ଣି ବାଦ୍ୟ ଦେଖିବାକୁ ମିଳେ । ପାଟ ଢୋଲିଆ ବା ପ୍ରମୁଖ ବାଦ୍ୟକାରର ବାଦ୍ୟର ଗତି ଓ ଧ୍ବନିକୁ ଅନୁସରଣ କରି ଅନ୍ୟାନ୍ୟ ଢୋଲ ବାଦ୍ୟକାର ମାନେ ବାଦ୍ୟ ବଜାଇଥାନ୍ତି । ତେବେ ମହାବଳୀ ବା ବରୁଆର ଶାରୀରିକ ସ୍ଥିତିକୁ ଆଖି ଆଗରେ ରଖି ପାଟ ଢୋଲିଆ ବାଦ୍ୟକୁ ନିୟନ୍ତ୍ରଣ କରିଥାନ୍ତି । ଖାଡି ପରେ ଖାଡି ଷୋହଳ ଖାଡି ଯାଏଁ ବାଦ୍ୟକାର ବାଦ୍ୟ ବଜାଇବା ପରେ ମନ୍ତ୍ରପୂତ ବରୁଆର ସାରା ଶରୀର ଦୋହଲି ଉଠି ବଳୀ ଉଦଣ୍ଡ ନୃତ୍ୟ କରେ । ତେବେ ପଶ୍ଚିମାଂଚଳରେ ବ୍ୟବହାର ହେଉଥିବା ଲୋକ ବାଦ୍ୟର ନିଶାନ ଅବା ତାସା ଆଦି ବାଦ୍ୟଯନ୍ତ୍ର ଏହି ଷୋହଳଭର୍ଣ୍ଣି ବାଦ୍ୟରେ ବ୍ୟବହାର ହୁଏ ନାହିଁ ।

ପାଟ ଢୋଲ ଅବା ଚେପଟା ଢୋଲ ସାଂଗକୁ ଆଉ 4ରୁ 5ଟି ଢୋଲ ଓ ମହୁରୀ ବ୍ୟବହାର କରି ଷୋହଳଭର୍ଣ୍ଣି ବାଦ୍ୟ ବଜାହୁଏ । ତେବେ ଦେବୀମାଙ୍କ ଆଗରେ ମାଳେଶ୍ରୀ ରାଗର ମୂର୍ଛନା ସାଂଗକୁ ଷୋହଳଭର୍ଣ୍ଣି ବାଦ୍ୟର ଗୁରୁଗମ୍ଭୀର ଧ୍ବନିରେ ଗଗନ ପବନ ମୁଖରିତ ହୋଇଥାଏ ।ଯାହା କେବଳ ସୋନପୁର ଗଡଜାତର ଐତିହାସୀକ ବଳୀଯାତ୍ରାରେ ଦେଖିବାକୁ ମିଳେ । ତନ୍ତ୍ରର ପ୍ରୟୋଗ ଶାଳା ଭାବେ ପରିଚିତ ମହାବଳୀ ଯାତ୍ରାରେ ଶାକ୍ତ ପ୍ରମୋଦ ବାଦ୍ୟ ତତ୍ତ୍ବର ଷୋହଳଭର୍ଣ୍ଣି ବାଦ୍ୟ ପାଇଁ ଏହି ତନ୍ତ୍ରପୀଠ ଆଜିଯାଏଁ ଏକ ସ୍ବତନ୍ତ୍ର ସ୍ଥାନ ରଖି ଆସିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.