ETV Bharat / state

ରବିବାର ମହାପ୍ରଭୁଙ୍କ ବାମନ ଓ ପର୍ଶୁରାମ ବେଶ

ଶନିବାର ମହାପ୍ରଭୁଙ୍କ ଶ୍ରୀ ନୃସିଂହ ଦେବ ସହିତ ବେନି ଭାଇଙ୍କ ବେଶ ଦେଖିବାକୁ ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରିବା ସହିତ ବିଭୂକୃପା ପାଇବାକୁ ସନ୍ଧ୍ୟାରୁ ଭକ୍ତଙ୍କର ଲମ୍ବାଧାଡି ଲାଗିଥିଲା ।

author img

By

Published : Jul 7, 2019, 12:06 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ପାତାଳୀ ଶ୍ରୀକ୍ଷେତ୍ର ଭାବରେ ପରିଚିତ ସୁବର୍ଣ୍ଣପୁରର ଶ୍ରୀ ବଡ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ବେନିଭାଇ ରବିବାର ବାମନ ଓ ପର୍ଶୁରାମ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଶନିବାର ଶ୍ରୀ ବଡ ଜଗନ୍ନାଥ ନୃସିଂହ ଓ ଶ୍ରୀ ବଳଭଦ୍ର ବରାହ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଏହି ବେଶ ଦେଖିବା ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କର ବେଶ ସମାଗମ ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ସନ୍ଧ୍ୟାରେ ତିନିଠାକୁର ଶ୍ରୀ ଗୁଣ୍ଡିଚା ମନ୍ଦିର ପହଞ୍ଚିବା ପରେ ପାରମ୍ପରିକ ରୀତିନିତୀରେ ପୂଜା ଆରାଧନା ସମ୍ପନ୍ନ କରାଯାଇଥିଲା । ଏହାପରେ ବିଗ୍ରହଙ୍କୁ ଗର୍ଭଗୃହ ସ୍ଥିତ ସିଂହାସନରେ ବିରାଜମାନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଶନିବାର ମହାପ୍ରଭୁଙ୍କ ଶ୍ରୀ ନୃସିଂହ ଦେବ ସହିତ ବେନି ଭାଇଙ୍କ ବେଶ ଦେଖିବାକୁ ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କରିବା ସହିତ ବିଭୂକୃପା ପାଇବାକୁ ସନ୍ଧ୍ୟାରୁ ଭକ୍ତଙ୍କର ଲମ୍ବାଧାଡି ଲାଗିଥିଲା । ଏଥିସହ ସନ୍ଧ୍ୟା ଆରତୀ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମରେ ଲୋକାରଣ୍ୟ ହୋଇ ପଡିଥିଲା ଶ୍ରୀଗୁଣ୍ଡିଚା ମନ୍ଦିର ପରିସର । ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଗୁଣ୍ଡିଚା ମନ୍ଦିର ଗର୍ଭଗୃହରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା ।

ତେବେ ଦର୍ଶନାର୍ଥୀଙ୍କ ମନୋରଞ୍ଜନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା । ଆଜି ପ୍ରଥମ ସନ୍ଧ୍ୟାରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସଂଗୀତ ସନ୍ଧ୍ୟାରେ ପ୍ରଥମ ଭଜନ ପରିବେଷଣ କରିଥିଲେ । ମନ୍ତ୍ରୀଙ୍କ କଣ୍ଠରୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଶୁଣି ଦେଖଣାହାରୀଙ୍କ କରତାଳିରେ ଉଛୁଳି ପଡିଥିଲା ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସର ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ମୟୂରଭଞ୍ଜ : ମୟୂରଭଞ୍ଜରେ ଲଜ୍ଜା। ସମ୍ପର୍କୀୟ ଦାଦା ଭିଆଇଛି ଜଘନ୍ୟକାଣ୍ଡ। ୧୭ ମାସର ଶିଶୁ କନ୍ୟାକୁ ପଡ଼ୋଶୀ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ସଂପର୍କରେ ଲାଗିଲା କଳଙ୍କ ଛିଟା । ଦିନକୁ ଦିନ ରାଜ୍ୟରେ ନାବାଳିକାଙ୍କ ପ୍ରତି ଯୌନ ନିର୍ଯ୍ୟାତନା
ବଢିବାରେ ଲାଗିଥ୍‌ବା ବେଳେ ପୂଣି ଜଣେ ୧୭ ମାସର ଶିଶୁକନ୍ୟାକୁ ସଂପର୍କୀୟ କକା ଅସଦାଚରଣ କରିବା ସହିତ ଦୁଷ୍କର୍ମ କରିଥ୍‌ବା ଖୁଣ୍ଟା ଥାନାରେ ଲିଖୁତ ଅଭିଯୋଗ ହୋଇଛି । ମୟୂରଭଞ ଜିଲ୍ଲା ଖୁଣ୍ଟା ଥାନା ଅଂଚଳର ଜଣେ ୧୭ ମାସର ଶିଶୂକନ୍ୟାକୁ ତାର ସଂପର୍କୀୟ କକା ଦୁଷ୍କର୍ମ କରିଥ୍‌ବା ନେଇ ପରିବାର ପଷ୍ଷରୂ ଖୁଣ୍ଟା ଥାନାରେ ଲିଖୂତ ଅଭିଯୋଗ ହୋଇଛି । ୪ ତାରିଖ ଦିନ ସଂପର୍କୀୟ କକା ଶିଶୁକନ୍ଯ।କୁ ସାଙ୍ଗରେ ଧରି ନିଛାଟିଆ ସ୍କାନକୁ ନେଇଥୁଲେ । ସେଠାରେ ଶିଶୁକନ୍ୟାକୁ ଗଛ ମୂଳରେ ଛାଡି ଦେଇ ସଂପର୍କୀୟ କକା ଚାଲି ଯାଇଥୁବା ବେଳେ ପରିବାର ଲୋକେ ଖୋଜିଖୋଜି ଶିଶୁ କନ୍ୟାକୁ ଗଛ ମୂଳରୂ ଉଦ୍ଧାର କରିଥୁଲେ । ଉଦ୍ଧାର ସମୟରେ ଶି ଶୁ କନ୍ୟ। ଜଣକ କାନ୍ଦୁଥୁବା ବେଳେ ତାର ମୁହଁରେ କ୍ଷତ ଚିହ୍ନ ଥ୍‌ବାର ପରିବାର ଲେ।କେ ଦେଖୁବାକୂ ପାଇଥ୍‌ଲେ । ଯାହାକି ତାର ସଂପର୍କୀୟ କକା ତାକୁ ଦୃଷ୍ପର୍ମ କରି ସେଠାରେ ଛାଡି ଚାଲିଯାଇଥ୍‌ ବା ପରିବାର ଲୋକେ ସନ୍ଦେହ କ ରିବା ସହିତ ସଂପର୍କୀୟ କକାଙ୍କୁ ଖୋଜାଖୋଜି କରିଥ୍‌ଲେ । ଶେଷରେ ଗତକାଲି ପରିବାର ଲୋକେ ଏ ନେଇ ଖୁଂଟା ଥାନାରେ ଲିଖୂତ ଅଭିଯୋଗ କରିଥୁବା ବେଳେ ପୋଲିସ୍‌ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତତସହିତ ଶିଶୁକନ୍ୟାକୁ ବାରିପଦା ମେଡିକାଲରେ ଚିକିସ୍‌। ନିମନ୍ତେ ଭର୍ଚି କରିଛି । Body:ଅନ୍ୟପଟେ ସଂପର୍କୀୟ କକା ଘଟଣା ପର ଠାରୁ ଫେରାର ଥୁବା ବେଳେ ଡାକ୍ତରୀ ମାଇନା ରିପୋର୍ଟ ଆଜ୍ପିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଉପଖଣ୍ଡ ପୋଲିସ୍‌ ଅ ଧ୍ଵକାରୀ କହିଛନ୍ତି ।
ବାଇଟ୍‌ ¬ ସ୍ଵପ୍ନରଞ୍ଜନ ମହାପାତ୍ର (ଉପଖଣ୍ଡ ପୋଲିସ୍‌ ଅଧୂକାରୀ, ଉଦଳା)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.