ETV Bharat / state

ସୁବର୍ଣ୍ଣ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ - third evening of subarnaloka mahotsava

ଲୋକ ମହୋତ୍ସବ ସୁବର୍ଣ୍ଣ 2020ର ତୃତୀୟ ସନ୍ଧ୍ୟାରେ ଜନ ସମୁଦ୍ର ପାଲଟି ଥିଲା ସହରର ଗାନ୍ଧୀ ପଡ଼ିଆ । ଅଧିକ ପଢନ୍ତୁ...

ସୁବର୍ଣ୍ଣ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ

author img

By

Published : Jan 10, 2020, 2:26 AM IST

ସୁବର୍ଣ୍ଣପୁର: ଜିଲ୍ଲାର ଲୋକ ମହୋତ୍ସବ ସୁବର୍ଣ୍ଣ 2020ର ତୃତୀୟ ସନ୍ଧ୍ୟାରେ ଜନ ସମୁଦ୍ର ପାଲଟି ଥିଲା ସହରର ଗାନ୍ଧୀ ପଡ଼ିଆ । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ପୌରହିତ୍ୟରେ ଆୟୋଜିତ ସନ୍ଧ୍ୟାରେ ଜିଲ୍ଲାର ବରିଷ୍ଠ ଚଳଚିତ୍ର କଳାକାର ଅଟଳ ବିହାରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ ।

ସୁବର୍ଣ୍ଣ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ

ସନ୍ଧ୍ୟାରେ ମୁଖ୍ୟ ଅତିଥିଙ୍କ ସାଂସ୍କୃତିକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ ପରେ ଅନ୍ୟାନ୍ୟ ଅତିଥିମାନେ ଜିଲ୍ଲାବାସୀଙ୍କୁ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ସଭା ପରେ ମା' ସୁରେଶ୍ବରୀଙ୍କ ଭଜନରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଜିଲ୍ଲା ତଥା ବାହାର ଜିଲ୍ଲାରୁ ଆସିଥିବା କଳାକାରମାନେ ପରିବେଷଣ କରିଥିଲେ ଭଳିକିଭଳି ଲୋକ ନୃତ୍ୟ ।

ବାହାର ରାଜ୍ୟ ଆସାମରୁ ଆସିଥିବା କଳାକାରମାନେ ବୋଡୋ ଓ ବିହୁ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ପଶ୍ଚିମ ଓଡ଼ିଶାର ରସରକେଳି, ଡାଲଖାଇ, ମାଇଲାଜଡ, ବଜାସାଲ ଆଦି ନୃତ୍ୟରେ ଫାଟି ପଡିଥିଲା ମହୋତ୍ସବ ପଡ଼ିଆ । ବିଶେଷକରି ବଲାଙ୍ଗୀର ଓ ଭବାନୀପାଟଣାର କଳାକାରମାନଙ୍କ ଲୋକ ନୃତ୍ୟରେ ବାନ୍ଧି ହୋଇଥିଲେ ଦେଖଣାହାରୀ ।

ଶୁକ୍ରବାର ଜିଲ୍ଲାର ସମସ୍ତ ବ୍ଲକର 10ଟି ସାଂସ୍କୃତିକ ଦଳ ନିଜନିଜର ଲୋକ ନୃତ୍ୟ ପରିବେଷଣ କରିବେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ ସୁବର୍ଣ୍ଣ 2020ର ତୃତୀୟ ସନ୍ଧ୍ୟାରେ ଜନ ସମୁଦ୍ର ପାଲଟି ଯାଇଥିଲା ସହରର ଗାନ୍ଧୀ ପଡ଼ିଆ।ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ପୌରହିତ୍ୟରେ ଆୟୋଜିତ ସନ୍ଧ୍ୟାରେ ଜିଲ୍ଲାର ବରିଷ୍ଠ ଚଳଚିତ୍ର କଳାକାର ଅଟଳ ବିହାରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।ସନ୍ଧ୍ୟାରେ ମୁଖ୍ୟ ଅତିଥିଙ୍କ ସାଂସ୍କୃତିକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ ପରେ ଅନ୍ୟାନ୍ୟ ଅତିଥିମାନେ ଜିଲ୍ଲାବାସୀଙ୍କୁ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ।ସଭା ପରେ ମା ସୁରେଶ୍ୱରୀଙ୍କ ଭଜନରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ।ଜିଲ୍ଲା ତଥା ବାହାର ଜିଲ୍ଲାରୁ ଆସିଥିବା କଳାକାରମାନେ ପରିବେଷଣ କରିଥିଲେ ଭଳିକିଭଳି ଲୋକ ନୃତ୍ୟ।

Body:ବାହାର ରାଜ୍ୟ ଆସାମରୁ ଆସିଥିବା କଳାକାରମାନେ ବୋଡୋ ଓ ବିହୁ ନୃତ୍ୟ ପରିବେଷଣ କରିଥିଲେ।ସେହିପରି ପଶ୍ଚିମ ଓଡ଼ିଶାର ରସରକେଳି,ଡାଲଖାଇ ,ମାଇଲାଜଡ ,ବଜାସାଲ ଆଦି ନୃତ୍ୟରେ ଫାଟି ପଡିଥିଲା ମହୋତ୍ସବ ପଡ଼ିଆ।ବିଶେଷକରି ବଲାଙ୍ଗୀର ଓ ଭବାନୀପାଟଣାର କଳାକାରମାନଙ୍କ ଲୋକ ନୃତ୍ୟରେ ବାନ୍ଧି ହୋଇଥିଲେ ଦେଖଣାହାରୀ।
ଆସନ୍ତାକାଲି ଜିଲ୍ଲାର ସମସ୍ତ ବ୍ଲକର 10ଟି ସାଂସ୍କୃତିକ ଦଳ ନିଜନିଜର ଲୋକ ନୃତ୍ୟ ପରିବେଷଣ କରିବେ।

Conclusion:ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
Ready vto be published , Vo shot plus bytes format.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.