ETV Bharat / state

ସୁବର୍ଣ୍ଣପୁର ପ୍ରତି ଗ୍ରାମପଞ୍ଚାୟତରେ ହେବ ଆଇସୋଲେସନ ସେଣ୍ଟର - corona awareness

ଆଗାମୀ 7 ଦିନ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଟି ଗ୍ରାମ ପଞ୍ଚାୟତରେ ଆଇସୋଲେସନ ସେଣ୍ଟର ଖୋଲାଯିବ । ଏନେଇ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

There will be an isolation center in every panchayat in Subarnapur
ସୁବର୍ଣ୍ଣପୁର ପ୍ରତି ପଞ୍ଚାୟତରେ ହେବ ଆଇସୋଲେସନ ସେଣ୍ଟର
author img

By

Published : Mar 21, 2020, 8:19 PM IST

ସୁବର୍ଣ୍ଣପୁର: ଆଗାମୀ 7 ଦିନ ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଟି ଗ୍ରାମ ପଞ୍ଚାୟତରେ ଖୋଲାଯିବ ଆଇସୋଲେସନ ସେଣ୍ଟର । ସେଣ୍ଟର ଗୁଡିକରେ ପାଣି, ବିଜୁଳି, ଖଟ, ତକିଆ, ବେଡ଼ସିଟ, ମାସ୍କ, ସାନିଟାଇଜର ସମେତ ସବୁ ମୌଳିକ ସୁବିଧା କରାଯିବା ନେଇ କାର୍ଯ୍ୟ ଆରମ୍ଭ ହୋଇଛି ।

ସୁବର୍ଣ୍ଣପୁର ପ୍ରତି ପଞ୍ଚାୟତରେ ହେବ ଆଇସୋଲେସନ ସେଣ୍ଟର

ସେହିପରି ସେଣ୍ଟର ଗୁଡିକୁ ନୂତନ ରଙ୍ଗ ଦେବା ସହିତ ଝରକା କବାଟ ତଥା ଚଟାଣ ଆଦି ମରାମତି କରାଯାଉଛି । ବାହାର ରାଜ୍ୟ ତଥା ଦେଶରୁ ଘରକୁ ଫେରୁଥିବା ଲୋକେ ଅନୂନ୍ୟ 14ଦିନ ପାଇଁ ଏହି ଆଇସୋଲେସନ ସେଣ୍ଟରରେ ରହିବେ । ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ । ଶନିବାର ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏନେଇ ସୂଚନା ଦେଇଛନ୍ତି । ଏଥିସହିତ ଏହି ଆଇସୋଲେସନ ସେଣ୍ଟରର ଦାୟିତ୍ବ ନେବାକୁ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ଅନୁରୋଧ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.