ସୁବର୍ଣ୍ଣପୁର: ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିନିକା ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପାଚେରୀ କାନ୍ଥରେ ଚିତ୍ର କରାଯାଉଛି । କୋଭିଡ-19 ଲକଡାଉନ ହେବା ପରେ ଚିତ୍ରକରମାନେ ମୁଣ୍ଡରେ ହାତ ଦେଇ ବସିଥିଲେ । ଆଉ ଏ ମହାମାରୀ ସମୟରେ ରୋଜଗାର ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନକୁ ଅନେକବାର ଅନୁରୋଧ କରିଥିଲେ । ତେବେ ଏନଏସି ପକ୍ଷରୁ ଚିତ୍ରକରମାନଙ୍କୁ ମାସେରୁ ଅଧିକ ଦିନର କାମ ଯୋଗାଇ ଦିଆଯାଇଛି ।
ସରକାରୀ କାର୍ଯ୍ୟାଳୟ ଗୁଡିକ ଆଦିର ପାଚେରୀ କାନ୍ଥରେ ବିଭିନ୍ନ ଜନହିତକର ଯୋଜନା ଗୁଡିକର ଚିତ୍ର କରାଯାଉଛି । ଯେପରି ସ୍ବଚ୍ଛତା ମିଶନ, ଯାଗା ମିଶନ ,ଶିକ୍ଷା ,ସରକାରୀ ବାସଗୃହ ଯୋଜନା ,ସମସ୍ତଙ୍କ ପାଇଁ ବିଜୁଳି ତଥା ପ୍ରତ୍ୟେକ ଘରକୁ ସ୍ଵଛ ଓ ବିଶୁଦ୍ଧ ପାଣି ଭଳି ଯୋଜନାର ଅନେକ ଚିତ୍ର କରାଯାଉଛି । ଫଳରେ ସହର ସୁନ୍ଦର ଦେଖାଯିବା ସହ ସହରବାସୀ ବି ସରକାରୀ ଯୋଜନା ଗୁଡ଼ିକ ବିଷୟରେ ଅନେକ ସୂଚନା ପାଉଛନ୍ତି ।
ବିଜ୍ଞାପିତ ଅଞ୍ଚଳ ପରିଷଦର ଏହି କାର୍ଯ୍ୟ ପାଇଁ ଚିତ୍ରକରମାନେ ସନ୍ତୋଷ ହେବା ସହିତ ସହରବାସୀ ବି ପ୍ରଶଂସା କରିଛନ୍ତି ।
ସୁବର୍ଣପୁରରୁ ତୀର୍ଥବାସୀ ପଣ୍ଡା,ଇଟିଭି ଭାରତ