ETV Bharat / state

କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସହ ବିବାହ ବାର୍ଷିକୀ ପାଳିଲେ ଦମ୍ପତି - Festival

ଆଧୁନିକ ଯୁଗରେ ଆମ ଯୁବ ସମାଜ ପାଇଁ ଉଦାହରଣ ପାଲଟିଲେ ରାଓ ଦମ୍ପତି । ଅଧିକ ପଢନ୍ତୁ...

ନିଆରା ବିବାହ ବାର୍ଷିକୀ ପାଳନ କଲେ ରାଓ ଦମ୍ପତି

author img

By

Published : May 22, 2021, 7:50 PM IST

ସୁବର୍ଣ୍ଣପୁର: ନିଆରା ଢଙ୍ଗରେ ନିଜର 19 ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି ସୁବର୍ଣ୍ଣପୁର ସହରର ଢେରାପଡ଼ାର ରାଓ ଦମ୍ପତି । ଆଜିର ଏହି ଆଧୁନିକ ଯୁଗରେ ଆମ ଯୁବ ସମାଜ ବିବାହ ବାର୍ଷିକୀରେ କିଏ କେକ୍ କାଟି ପାର୍ଟି ମନାଉଛନ୍ତି ତ ଆଉ କିଏ ଘରେ ରହି ପରିବାର ସହ ମିଶି ପାଳନ କରୁଛନ୍ତି ବିବାହ ବାର୍ଷିକୀ ।

ନିଆରା ବିବାହ ବାର୍ଷିକୀ ପାଳନ କଲେ ରାଓ ଦମ୍ପତି

କିନ୍ତୁ ଏହି ଯୁବ ସମାଜ ଭିତରୁ ଯୁବ ସମାଜସେବୀ ତଥା ଯୁବ ବ୍ୟବସାୟୀ ବି. ସତ୍ୟ ନାରାୟଣ ରାଓ ଓ ତାଙ୍କ ଧର୍ମପତ୍ନୀ ବି.ଶୁଭଦ୍ରା ଏକ ନିଆରା ଢଙ୍ଗରେ ନିଜର ବିବାହ ବାର୍ଷିକୀ ପାଳନ କରିଛନ୍ତି । ନିଜର ଏହି ଖାସ୍ ଦିନରେ ସହରର ଉପକଣ୍ଠରେ ଥିବା କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସହ ବିବାହ ବାର୍ଷିକୀ ପାଳନ କରିଛନ୍ତି ।

ଅନ୍ତେବାସୀଙ୍କୁ ଵସ୍ତ୍ର, ଫଳମୂଳ ଓ ମାସ୍କ ବାଣ୍ଟି ସେମାନଙ୍କ ଦୁଃଖ ସୁଖ ପଚାରି ବୁଝିଛନ୍ତି । ଖାଲି ଯେ ବିବାହ ବାର୍ଷିକୀ ନୁହେଁ ଏମିତି କି ପ୍ରତ୍ୟକ ପର୍ବପର୍ବାଣୀ ହେଉ କି ଫାଙ୍କା ଦିନ ମାନଙ୍କରେ ମଧ୍ୟ ଏହି ରାଓ ଦମ୍ପତି ନିଜର ମୂଲ୍ୟବାନ ସମୟକୁ ସମାଜ ସେବାରେ ନିୟୋଜିତ କରିଥାନ୍ତି । ରାଓ ଦମ୍ପତିଙ୍କ ଏହି ଉଦ୍ୟମ ସବୁ ସ୍ତରରେ ପ୍ରସଂଶା କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.