ETV Bharat / state

ଏତଲା ରଖିବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ପୋଲିସର ଧମକ ଅଭିଯୋଗ

author img

By

Published : Nov 30, 2020, 8:17 PM IST

ସୁବର୍ଣ୍ଣପୁର ଜିଲ୍ଲା ତରଭା ପୋଲିସ ନାମରେ ସଙ୍ଗିନ ଅଭିଯୋଗ । ଏତଲା ନରଖି ଅଭିଯୋଗକାରୀଙ୍କୁ ଧମକ । ପଢନ୍ତୁ ଅଧିକ.....

ଏତଲା ରଖିବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ପୋଲିସର ଧମକ ଅଭିଯୋଗ
ଏତଲା ରଖିବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ପୋଲିସର ଧମକ ଅଭିଯୋଗ

ସୁବର୍ଣ୍ଣପୁର: ତରଭା ପୋଲିସ ନାମରେ ସଙ୍ଗିନ ଅଭିଯୋଗ । ଦୀର୍ଘ ମାସେ ବିତି ଯାଇଥିଲେ ହେଁ ଅଭିଯୋଗ ରଖୁନି ପୋଲିସ । ଏତଲା ରଖି ତଦନ୍ତ ଆରମ୍ଭ କରିବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ଧମକ ଚମକ ଦେଉଛି ପୋଲିସ। ଏପରି କିଛି ଅଭିଯୋଗ ଆଣିଛନ୍ତି ନିଜେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଥିବା ଅଭିଯୋଗକାରୀ ।

ଘଟଣା ଅନୁସାରେ ତରଭା ଥାନା ଅନ୍ତର୍ଗତ ଝାରତରଭା ଗାଁର ଦିବ୍ୟାଙ୍ଗ ରଜୁତ ନାଏକଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ତାଙ୍କ ପରିବାର ଲୋକ । ନିଜ ଜମିରେ ରେଲୱେ ଲାଇନ ଯାଇଥିବାରୁ ୧୫ ଲକ୍ଷ ଟଙ୍କା ପାଇଥିଲେ ପରିବାର ଲୋକ । ହେଲେ ରଜୁତକୁ ମାତ୍ର ଦେଢ ଲକ୍ଷ ଟଙ୍କା ଦେଇଥିବାବେଳେ ବାକି ଟଙ୍କା ସେମାନେ ନେଇ ଯାଇଥିବା ଅଭିଯୋଗ କରିଥିଲେ ରଜତ । ତେବେ ରଜତ ଟଙ୍କା ମାଗିବାରୁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ମାଡ ମାରି ରଜତଙ୍କ ସ୍ତ୍ରୀ ରୀତାଙ୍କ ହାତ ଭାଙ୍ଗି ଦେଇଥିବାବେଳେ ମୁଣ୍ଡରେ ଗଭୀର କ୍ଷତ ହୋଇଛି । ଏନେଇ ଗତ ୩ ତାରିଖରେ ତରଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରଜତ । ହେଲେ ତରଭା ପୋଲିସ ଅଭିଯୋଗକୁ ଗ୍ରହଣ ନକରି ଓଲଟା ଏମାନଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି ।

ନିରୀହ ଗରିବମାନଙ୍କୁ ନ୍ୟାୟ ଦେବା ବଦଳରେ ପୋଲିସ କାହା ଚାପରେ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେଉଛି ବୋଲି ପ୍ରଶ୍ନ କରିଛନ୍ତି ରଜୁତ । ଅପରପକ୍ଷରେ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.