ETV Bharat / state

ଗୁଟକା, ସିଗାରେଟ ବିକ୍ରି ଉପରେ ଜିଲ୍ଲା ପ୍ରଶାସନର ଚଢାଉ

author img

By

Published : Aug 19, 2021, 3:49 PM IST

ସୁବର୍ଣ୍ଣପୁର ସହରରେ ଆଜି(ଗୁରୁବାର) ପାନ ଦୋକାନ ଗୁଡିକରେ ବିକ୍ରି ହେଉଥିବା ଗୁଟକା, ସିଗାରେଟ ଉପରେ ଚଢାଉ କରାଯାଇଛି । ଅଧିକ ପଢନ୍ତୁ...

ଗୁଟକା, ସିଗାରେଟ ବିକ୍ରି ଉପରେ ଜିଲ୍ଲା ପ୍ରଶାସନର ଚଢାଉ
ଗୁଟକା, ସିଗାରେଟ ବିକ୍ରି ଉପରେ ଜିଲ୍ଲା ପ୍ରଶାସନର ଚଢାଉ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ଆଜି(ଗୁରୁବାର) ପାନ ଦୋକାନ ଗୁଡିକରେ ବିକ୍ରି ହେଉଥିବା ଗୁଟକା, ସିଗାରେଟ ଉପରେ ଚଢାଉ କରାଯାଇଛି । ଜିଲ୍ଲା ପୋଲିସ, ଅବକାରୀ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗର ଖାଦ୍ୟ ନୀରିକ୍ଷକ ୟୁନିଟର ଏହି ମିଳିତ ଚଢାଉ କରାଯାଇଛି । ଖୁଲମଖୁଲ୍ଲା ପାନ ଦୋକାନ ଗୁଡିକରେ ଗୁଟକା ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରି ହୋଇଆସୁଥିଲା ।

ତେବେ ସାର୍ବଜନୀନ ଯାଗା ଗୁଡିକରେ ସିଗାରେଟ ସେବନ ତଥା ପାନ ଗୁଟକା ଆଦି ଖାଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଛେପ ପକାଇବା ପରି ଘଟଣା ଜିଲ୍ଲା ପ୍ରଶାସନକୁ ବିବ୍ରତ କରିଛି । ସ୍ବଚ୍ଛ ଓ ସୁନ୍ଦର ସହର ନିର୍ମାଣ ସାଂଗକୁ ସହରବାସୀଙ୍କ ସରଳ ଓ ଶାନ୍ତି ଜୀବନ ଧାରଣ ପାଇଁ ଏଭଳି ଛୋଟ ଛୋଟ ପଦକ୍ଷେପ ମାନ ନିଆଯାଉଛି । ଆଜି ସହରର ସମସ୍ତ ପାନ, ଚା’ ଦୋକାନୀ ମାନଙ୍କୁ ଗୁଟକା ତଥା ମାଦକ ଦ୍ରବ୍ୟଗୁଡିକ ବିକ୍ରି କରିବାକୁ ବାରଣ କରାଯିବା ସାଂଗକୁ ଅମାନିଆ ଦୋକାନୀମାନଙ୍କ ପାଖରୁ ଫାଇନ ଆଦାୟ କରାଯାଇଛି ।

ସର୍ବସାଧାରଣ ଜାଗାରେ ସିଗାରେଟ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ ନକରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ନିୟମ ଭାଙ୍ଗିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ଚେତାବନୀ ଦେଇଛି । ତେବେ ଜିଲ୍ଲା ପ୍ରଶାସନର ଏଭଳି ଛୋଟ ଛୋଟ କାର୍ଯ୍ୟାନୁଷ୍ଠାନକୁ ବୁଦ୍ଧିଜିବୀ ମହଲରେ ସ୍ବାଗତ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.