ETV Bharat / state

ସୋନପୁର ଗଡ଼ଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ - ଅଷ୍ଟଚଣ୍ଡୀ

ଗଡ଼ଜାତରେ ଚୌହାନ ରାଜତ୍ବ କାଳରୁ ଅଷ୍ଟଚଣ୍ଡୀ ମଧ୍ୟରେ ପରୁହାଁ ଦେବୀ ଭାବେ ମା’ ସୁରେଶ୍ବରୀ ଉପାସିତ ହେଉଛନ୍ତି । ମା’ଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହେବା ସହ, ଜୀବନର ସର୍ବ କଷ୍ଟ ଦୂରଭୁତ ହୋଇଥାଏ ବୋଲି ବିଶ୍ବାସ କରନ୍ତି ଭକ୍ତ । ଅଧିକ ପଢ଼ନ୍ତୁ...

ସୋନପୁର ଗଡ଼ଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ
author img

By

Published : Oct 8, 2019, 7:35 AM IST

ସୁବର୍ଣ୍ଣପୁର: କେଉଁ ଅନାଦି କାଳରୁ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ସୁରେଶ୍ବରୀଙ୍କର ପରୁହାଁ ଦେବୀ ଭାବରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳରେ ଇଷ୍ଟଦେବୀ ଭାବେ ପ୍ରତିଟି ପର୍ବପର୍ବାଣୀ ଯାନିଯାତ୍ରାରେ ଅଗ୍ରଦେବୀ ରୂପରେ ପୂଜା ପାଆନ୍ତି ମା’ । ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ଦକ୍ଷିଣମୁହାଁ ଭାବେ ପ୍ରତିଷ୍ଠିତା ଦେବୀଙ୍କର ଐତିହାସିକ ବଳିଯାତ୍ରାରେ ଏକ ପ୍ରମୁଖ ଭୂମିକା ରହିଛି। ପ୍ରତିବର୍ଷ ଆଶ୍ବିନ ମହାଳୟାରୁ ପୂର୍ଣ୍ଣିମା ଯାଏଁ 16 ଦିନ ଧରି ପାଳିତ ହେଉଥିବା ବଳିଯାତ୍ରାରେ ମହାଳୟାରୁ ପୂର୍ଣ୍ଣିମା ଯାଏଁ ବିଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥା’ନ୍ତି।

ସୋନପୁର ଗଡ଼ଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀ

କିମ୍ବଦନ୍ତୀ ଅନୁସାରେ ଭଗବାନ ପର୍ଶୁରାମ କ୍ଷତ୍ରୀୟ ବଂଶ ନିପାତ କରି ସେ ରୁଧିର ସବୁ ମା ସୁରେଶ୍ବରୀଙ୍କ ଏହି ପୀଠର ଏକ ଗାତରେ ଅର୍ପଣ କରିଥିଲେ । ଯାହାର ପ୍ରମାଣ ବର୍ତ୍ତମାନ ମଧ୍ୟ ଖଉଲ ଗାତ ଭାବେ ଦେବୀଙ୍କ ପୀଠରେ ରହିଛି । ଯାହାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ବରୁଆ ନାଭିରେ ଏହି ତାନ୍ତ୍ରିକ ମାଟିର ପ୍ରୟୋଗରେ ଦୈବୀ ଶକ୍ତି ପ୍ରକଟିତ ହୋଇଥାଏ । ରାଜ ପୁରୋହିତ ମା ସୁରେଶ୍ବରୀଙ୍କୁ ସ୍ମରଣ କରି ତାନ୍ତ୍ରିକ ପଦ୍ଧତିରେ ଯନ୍ତ୍ରାରୂଢ଼ ବରୁଆକୁ ମନ୍ତ୍ରପୁତ କରି ଦୈବୀ ଶକ୍ତି ପ୍ରକଟିତ କରିଥାନ୍ତି ବିଶ୍ବାସ ରହିଛି।

ଐତିହାସିକ ବଳିଯାତ୍ରା ସମୟରେ ଦେବୀଙ୍କ ଦର୍ଶନ ପାଇଁ ଭକ୍ତଙ୍କର ପ୍ରବଳ ସମାଗମ ହୋଇଥାଏ। ସନ୍ଧ୍ୟା ଆରତୀ ଦର୍ଶନ ସହିତ ଦେବୀ କୃପା ଲାଭ କରିବା ପାଇଁ ବହୁ ଦୂରଦୁରାନ୍ତରୁ ହଜାର ହଜାର ଭକ୍ତ ଛୁଟି ଆସିଥାନ୍ତି ଏହି ପୀଠକୁ। ସୋନପୁର ଗଡଜାତର ଚୌହାନ ଶାସକ ରାଜା ବିରମିତ୍ରଦୋୟ ସିଂହ ଦେବଙ୍କ ଅମଳରୁ ଏହି ଦେବୀ ପୀଠ ଭାରତର ଅନ୍ୟତମ ତନ୍ତ୍ରପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:slug-durga_puja_prastuti
format-pkg(spl)
reporter- Gyanaranjan ojha
place-jajpur
date-04.10.19
Anchor---ଆଉ ମାତ୍ର ଦିନକ ପରେ ପାଳିତ ହେବ ଚଳିତ ବର୍ଷର ସାର୍ବଜନୀନ ଦୁର୍ଗୋତ୍ସବ । ଜଗତ୍ ଜନନୀ-ଶକ୍ତି ସ୍ବରୂପିଣୀ-ଦୁର୍ଗତୀ ନାଶିନୀ ମା ଦୁର୍ଗାଙ୍କର ଆବିର୍ଭାବ ହେବ । ପାର୍ଥିବ ଜଗତରୁ ପାପ ନାଶନ ପାଇଁ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ମା । ଶାରଦୀୟ ଦୁର୍ଗା ପୂଜା ଏବଂ ମାଙ୍କ ଆବାହନ ପାଇଁ ଯାଜପୁର ବ୍ୟାସନଗର ସହର ହୋଇଉଠିଛି ଚଳଚଞ୍ଚଳ । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ପ୍ରସ୍ତୁତି। ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାରିଗରଙ୍କ ଦ୍ବାରା ମୂର୍ତ୍ତି କାମ ମଧ୍ୟ ଶେଷ ହେବାକୁ ବସିଛି । ସେପଟେ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପୋଲିସ୍ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା ।

Body:
vo-01--ଆସିଛି ଦୁର୍ଗାପୂଜା । ମହିଷା ମର୍ଦ୍ଦିନୀ ରୂପେ ପୂଜା ପାଇବେ ମା ଦୁର୍ଗା । ଜଗତ ଜନନୀ ମା ଦୁର୍ଗାଙ୍କ ଆବାହନୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ବ୍ୟାସନଗର ସହରାଞ୍ଚଳ। ସେଥିଲାଗି ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର ପ୍ରସ୍ତୁତି । କେଉଁଠି ସୁଦୃଶ୍ୟ ତୋରଣ ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର ତ ଆଉ କେଉଁଠି ମୃଣ୍ମୟୀ ମୂର୍ତ୍ତି ତିଆରିରେ ନିମଗ୍ନ ହୋଇଛନ୍ତି ମୂର୍ତ୍ତି କାରିଗର । ମୂର୍ତ୍ତି ଦୋ ମାଟିଆ ପରେ ଖଡିଲାଗି କରି ରଙ୍ଗ ଚଢାଇଛନ୍ତି କାରିଗର । ଏବେ ମୂର୍ତ୍ତୀ ତିଆରି ପ୍ରାୟ ସମ୍ପୂର୍ଣ୍ଣ ହେବାକୁ ବସିଛି । ବାରୁଆଳି ସହିତ ମା ଦୁର୍ଗାଙ୍କର ସାଥି ସହୋଦର ଭାବେ ଗଣେଷ, କାର୍ତ୍ତିକେୟ, ଲକ୍ଷ୍ମୀ, ସରସ୍ବତୀ ଆଦି ଦେବାଦେବୀ ଗଣ ସ୍ଥାନ ପାଇଛନ୍ତି ପୂଜା ମଣ୍ଡପରେ । ଆକର୍ଷଣୀୟ ତୋରଣ ଓ ଆଲୋକ ସଜ୍ଜା ସହିତ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ପୂଜା କମିଟି ।
bite-01--ମନୀନ୍ଦ୍ର କୁମାର ଧଳ, ମୁଣ୍ଡମାଳ ପୂଜା କମିଟି
bite-02--ଅଚ୍ୟୁତ ସାମନ୍ତରାୟ, ମୂର୍ତ୍ତିକାର
vo-02--ସହରରେ ପାଳିତ ହେବ ଦୁର୍ଗାପୂଜାର ଗଣପର୍ବ । ଚଳିତ ବର୍ଷ ବ୍ୟାସନଗରର ରାଇସମିଲ୍, ଗୋପବନ୍ଧୁଛକ, ଚୋରଦା, ନହକା, ମୁଣ୍ଡମାଳ ଆଦି 10ଟି ସ୍ଥାନରେ ମଣ୍ଡପରେ ପୂଜା ପାଇବେ ଦୁର୍ଗା ମା । ସେହିପରି ସ୍ଥାନୀୟ ଫେରୋକ୍ରୋମ୍ ଓ କହ୍ନେଇପୁର ସ୍ଥିତ ଦୁର୍ଗା ମନ୍ଦିରରେ ମଧ୍ୟ ପୂଜା ଉତ୍ସବର ଆୟୋଜନ କରାଯାଇଛି । ପ୍ରାୟ ସବୁଠି ବଡ ଧୁମଧାମରେ ଚାଲିଛି ପ୍ରସ୍ତୁତି । ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ମଣ୍ଡପରେ ଚାଲିଛି ମାଙ୍କ ପୂଜାର ଆୟୋଜନ । ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଜାରିରଖିଛି । ବୈଠକ ଜରିଆରେ ସମସ୍ତ ପୂଜା କମିଟି ସହ ବାରମ୍ବାର ଆଲୋଚନା ମଧ୍ୟ କରାଯାଇଛି ।
bite-03--ଆଶିଷ କୁମାର ରାୟ, ବରିଷ୍ଠ ନାଗରିକ, ବ୍ୟାସନଗର
bite-04--ଚରଣ ସିଂ ମୀନା, ଏସପି, ଯାଜପୁର

Conclusion:
fvo--ଚଳିତ ବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ଏଥିସହ ପୂଜାରେ ପଲିଥିନ ବ୍ୟବହାର ନ କରିବା ଓ ଗାଡି ଚଳାଇଲା ବେଳେ ସମସ୍ତ ନିୟମ ପାଳିବାକୁ କେତେକ ପୂଜା କମିଟି ଆହ୍ବାନ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.