ETV Bharat / state

ବଧିର ପାଲଟିଛି ବିଦ୍ୟୁତ ବିଭାଗ, ଅଧାରେ ଅଟକିଛି ସଂସ୍କୃତି ଭବନ ନିର୍ମାଣ

ସୁବର୍ଣ୍ଣପୁରର ସହରରେ ସଂସ୍କୃତି ଭବନ ନିର୍ମାଣ କାର୍ଯ୍ୟ ଲକଡାଉନ ପୂର୍ବରୁ ଅଧାପାନ୍ତରିଆ ହୋଇ ପଡିରହିଛି । ସ୍ଥାଣୁ ପାଲଟିଛି ବିଦ୍ୟୁତ ବିଭାଗ । ଅଧିକ ପଢନ୍ତୁ...

ବଧିର ପାଲଟିଛି ବିଦ୍ୟୁତ ବିଭାଗ, ଅଧାରେ ଅଟକିଛି ସଂସ୍କୃତି ଭବନ ନିର୍ମାଣ
ବଧିର ପାଲଟିଛି ବିଦ୍ୟୁତ ବିଭାଗ, ଅଧାରେ ଅଟକିଛି ସଂସ୍କୃତି ଭବନ ନିର୍ମାଣ
author img

By

Published : Jun 18, 2020, 1:53 PM IST

ସୁବର୍ଣ୍ଣପୁର: ସହରର ମଝିପଡାରେ ତିଆରି ହେଉଥିବା ସଂସ୍କୃତି ଭବନ ଅଧାପନ୍ତରିଆ ହୋଇ ପଡିରହିଛି । ଲକଡାଉନର ଅନେକ ପୂର୍ବରୁ ତିଆରି ହୋଇଥିବା ଏହି କାମ ବନ୍ଦ ହୋଇ ପଡିଛି । ପ୍ରକଳ୍ପ ତିଆରି ପାଇଁ ଅନୁଦାନ ଅଛି । ଠିକାଦାର ବି ନିଯୁକ୍ତି ହୋଇଛନ୍ତି । ହେଲେ ଅସୁବିଧାରେ ପକେଇଛି ବିଦ୍ୟୁତ ତାର। ସଂସ୍କୃତି ଭବନ ନିର୍ମାଣ କାର୍ଯ୍ୟ ଛାତ ପର୍ଯ୍ୟନ୍ତ ଶେଷ ହୋଇଛି । ହେଲେ ବିଦ୍ୟୁତ ତାର ସ୍ଥାନାନ୍ତର ହୋଇ ପାରୁ ନ ଥିବାରୁ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ। ଭବନର ରାସ୍ତା ପାର୍ଶ୍ୱ କାନ୍ଥକୁ ଲାଗି ରହିଛି ବିଦ୍ୟୁତ ଖୁଣ୍ଟ । ଯାହାଫଳରେ ଅସୁବିଧା ଉପୁଜିଛି ।

ବଧିର ପାଲଟିଛି ବିଦ୍ୟୁତ ବିଭାଗ, ଅଧାରେ ଅଟକିଛି ସଂସ୍କୃତି ଭବନ ନିର୍ମାଣ

ତେବେ ବିଦ୍ୟୁତ ତାର ଅପସାରଣ କରିବା ପାଇଁ ପଡାବାସୀ ଉଭୟ ସଦର ପୌର ପରିଷଦ ଓ ବିଦ୍ୟୁତ ବିଭାଗକୁ ଦୀର୍ଘ ଦିନରୁ ଅନୁରୋଧ କରିଛନ୍ତି। ହେଲେ ବିଦ୍ୟୁତ ତାର ସ୍ଥାନାନ୍ତର କରାଯାଉ ନ ଥିବାରୁ ପ୍ରକଳ୍ପଟି ଅଧାପନ୍ତରିଆ ହୋଇ ପଡି ରହିଛି । ପୌର ପରିଷଦ ପକ୍ଷରୁ ମଧ୍ୟ ବିଦ୍ୟୁତ ବିଭାଗକୁ ତାର ସ୍ଥାନାନ୍ତର ପାଇଁ ଅନୁରୋଧ କରାଯାଇଛି। ହେଲେ କାର୍ଯ୍ୟ ଆଗେଇ ପାରୁ ନ ଥିବା ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.