ETV Bharat / state

ଜିଲ୍ଲା ପ୍ରଶାସନ ଆଗରେ ଦାବି ରଖିଲା ଟେଣ୍ଟ ହାଉସ ମାଲିକ ସଂଘ - ମହାମାରୀ କୋରୋନା

ସୁବର୍ଣ୍ଣପୁରରେ ଜିଲ୍ଲା ଟେଣ୍ଟହାଉସ ସଂଘର ବିକ୍ଷୋଭ । ସେମାନଙ୍କ ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

tent house owners association demand in sunarnapur
ଜିଲ୍ଲା ପ୍ରଶାସନ ଆଗରେ ଦାବି ରଖିଲା ଟେଣ୍ଟ ହାଉସ ମାଲିକ ସଂଘ
author img

By

Published : Aug 9, 2021, 6:01 PM IST

Updated : Aug 9, 2021, 6:07 PM IST

ସୁବର୍ଣ୍ଣପୁର: ଜିଲ୍ଲା ଟେଣ୍ଟ ହାଉସ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ଟେଣ୍ଟ ହାଉସ ସଂଘର ବରିଷ୍ଠ ସଭ୍ୟ ବିଦୁଶେଖର ମିଶ୍ରଙ୍କ ନେତୃତ୍ବରେ ଶତାଧିକ ଟେଣ୍ଟହାଉସ ମାଲିକ ଓ ଶ୍ରମିକମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

ଜିଲ୍ଲା ପ୍ରଶାସନ ଆଗରେ ଦାବି ରଖିଲା ଟେଣ୍ଟ ହାଉସ ମାଲିକ ସଂଘ

ମହାମାରୀ କୋରୋନା ପାଇଁ ରାଜ୍ୟ ସରକାର ଟେଣ୍ଟ ହାଉସ ମାଲିକମାନଙ୍କୁ ଏଯାଏଁ ଟେଣ୍ଟ ଲଗାଇବା ପାଇଁ ଅନୁମତି ଦେଇ ନାହାନ୍ତି । ବିବାହ, ବ୍ରତ, ମୃତ ଆଦି ସାମାଜିକ କାର୍ଯ୍ୟ ପାଇଁ ମାତ୍ର 25 ଜଣ ଯୋଗଦାନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିବା ବେଳେ ଟେଣ୍ଟ ମାଲିକମାନଙ୍କ ଆୟ ହୋଇ ପାରୁନାହିଁ । ଟେଣ୍ଟ ହାଉସ ଗୁଡିକରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ବି ସଂପୂର୍ଣ୍ଣ ସମୟ କାର୍ଯ୍ୟ କରି ପାରୁନାହାନ୍ତି । ଫଳରେ ଶ୍ରମିକମାନେ ତାଙ୍କ ସଂପୂର୍ଣ୍ଣ ମଜୁରୀ ପାଇବାରୁ ବି ବଞ୍ଚିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ବି ବଡ ଧରଣର ସଭା ,ସମିତି ,ରାଜନୈତିକ ଓ ସାମାାଜିକ କାର୍ଯ୍ୟକ୍ରମ ପାଇଁ ଜନସମାବେଶକୁ ଅନୁମତି ଦେଉନାହାନ୍ତି । ଫଳରେ ଟେଣ୍ଟ ମାଲିକମାନଙ୍କ ରୋଜଗାରରେ ବାଧା ଦେଖାଦେଇଛି । ତେବେ ଏବେ ଦୋକାନ ବଜାର ,ଗାଡିମୋଟର ,ସ୍କୁଲକଲେଜ ,ବ୍ୟବସାୟୀକ ପ୍ରତିଷ୍ଠାନ ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ସ୍ବାଭାବିକ ହୋଇଥିବାବେଳେ ମନ୍ଦିରଗୁଡିକ ବି ସାଧାରଣ ଦର୍ଶନ ପାଇଁ ଖୋଲା ଗଲାଣି ।

ତେଣୁ ବିଭିନ୍ନ ପ୍ରକାରର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନ୍ୟୁନ୍ୟ 300 ଜଣ ଲୋକଙ୍କୁ ସମାବେଶ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଲେ ଟେଣ୍ଟ ବ୍ୟବସାୟୀମାନେ କିଛି ରୋଜଗାର କରି ପାରିବେ ବୋଲି ଦାବି କରିଛନ୍ତି । ଦାବି ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Aug 9, 2021, 6:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.