ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ । ବିଭିନ୍ନ ୱାର୍ଡ ଗୁଡିକରେ ଥିବା ଶୌଚାଳୟ ଗୁଡିକ ସହିତ ଲୋକେ ବ୍ୟବହାର କରୁଥିବା ଦ୍ରବ୍ୟ ଆଦିକୁ ସାନିଟାଇଜ କରାଯାଇଛି କି ନାହିଁ , ତାକୁ ବୁଲି ଦେଖିଛନ୍ତି ଜିଲ୍ଲାପାଳ। କୋରାନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତିଆରି କରାଯାଇଥିବା ସ୍ୱତନ୍ତ୍ର ୱାର୍ଡର ପରିଷ୍କାର ପରିଚ୍ଛନତାକୁ ପରିଲକ୍ଷଣ କରିଥିଲେ ।
କୋରାନା ସନ୍ଦେହ କରାଯାଉଥିବା ରୋଗୀଙ୍କ ସାମ୍ପୁଲ ସଂଗ୍ରହ କରିବା ସହିତ ପରୀକ୍ଷା ପାଇଁ ପଠାଇବାକୁ କେଉଁ ପ୍ରକାର ବ୍ୟବସ୍ଥା କରାଯାଇଛି ତାହା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । କୌଣସି ବି ଗୋଟିଏ ଯାଗାରେ ଅଧିକ ଲୋକଙ୍କ ସମାଗମ ନ କରିଦେବା ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ । ବିଦେଶୀ ଫେରନ୍ତା 7 ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ପଚାରି ବୁଝିଥିଲେ ।
ସୁବର୍ଣ୍ଣପୁରରୁ ତୀର୍ଥବାସି ପଣ୍ଡା, ଇଟିଭି ଭାରତ