ETV Bharat / state

ବଢୁଛି କୋରୋନା ମାମଲା, ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ - କଣ୍ଟେନମେଣ୍ଟ ଜୋନ

ସୁବର୍ଣ୍ଣପୁର ସହରର ଠାକୁରାଣୀ ପଡାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

containment zone
ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ
author img

By

Published : Jul 30, 2020, 11:24 AM IST

ସୁବର୍ଣ୍ଣପୁର: ସମଗ୍ର ଦେଶ ସମେତ ରାଜ୍ୟରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାମଧ୍ୟରେ ସୁବର୍ଣ୍ଣପୁର ସହରର ଠାକୁରାଣୀ ପଡାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ଏଠାରେ ଦୁଇ ଜଣ କୋଭିଡ19 ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଗାମୀ 10 ଦିନ ପାଇଁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । ଏଥିସହ ପାଞ୍ଚ ଜଣ ଅଧିକାରୀଙ୍କୁ ତଦାରଖ ପାଇଁ ଦାୟିତ୍ୱ ଦେଇଛନ୍ତି ।

ପୂର୍ବରେ ପରିବହନ କାର୍ଯ୍ୟାଳୟ, ପଶ୍ଚିମରେ ସାକ୍ଷୀ ସେଣ୍ଟର, ଉତ୍ତରରେ ଲୁଲୁ ପଡିଆ ଓ ଦକ୍ଷୀଣରେ ଠାକୁରାଣୀ ମନ୍ଦିର ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆଇନ ଶୃଙ୍ଖଳା ପାଇଁ ତହସିଲଦାର ଅରବିନ୍ଦ ବେହେରା, ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ଏସଡିଏମଓ ରମେଶ ଚନ୍ଦ୍ର ସ୍ବାଇଁ, ଦୈନିକ ଜରୁରୀ ସାମଗ୍ରୀ ପାଇଁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁର୍ୟାଂଶୁ ରୁଟ ଓ ତଦାରଖ କରିବା ପାଇଁ ଉପ ଜିଲ୍ଲାପାଳ ବଳରାମ ମଲ୍ଲିକଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ଏହି ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ଗାଡି ମୋଟର ଚଳାଚଳକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ତେବେ କୋଭିଡ ସଂକ୍ରମଣକୁ ପ୍ରତ୍ୟାହତ କରିବା ପାଇଁ ଜିଲ୍ଲା ପ୍ରଶାସନ ନେଉଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.