ETV Bharat / state

କଣ୍ଟେନମେଣ୍ଟ ଜୋନ ଘୋଷଣା କରି ହାତରେ ବେଡି ବାନ୍ଧି ବସିଛି ପ୍ରଶାସନ - ସାନ ଖେମୁଣ୍ଡୀ ଗାଁ

କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ସୁନାପାଲି ପଞ୍ଚାୟତର ସାନ ଖେମୁଣ୍ଡୀ ଗାଁକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ।

subarnpur
କଣ୍ଟେନମେଣ୍ଟ ଜୋନ ଘୋଷଣା କରି ହାତରେ ବେଡି ବାନ୍ଧି ବସିଛି ପ୍ରଶାସନ
author img

By

Published : Aug 1, 2020, 12:08 PM IST

ସୁବର୍ଣ୍ଣପୁର:କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ସୁନାପାଲି ପଞ୍ଚାୟତର ସାନ ଖେମୁଣ୍ଡୀ ଗାଁକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି । ଏହି ଗାଁରେ ପ୍ରଥମ କୋଭିଡ-19 ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଗାଁର ପ୍ରବେଶ ପଥକୁ ସିଲ କରିଦିଆଯାଇଥିଲା। ତେବେ ଗାଁରେ ଏବେ 14 କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଗାଁ ଲୋକଙ୍କ ଦୁଃଖ ବଢି ଯାଇଛି।

ଲୋକ ସଂକ୍ରମଣ ଭୟରେ ଘରୁ ବାହାରୁ ନାହାନ୍ତି। ସେପଟେ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଗାଁକୁ ଯାଉନଥିବାରୁ ଲୋକେ ତାଙ୍କ ସମସ୍ୟା ଉପସ୍ଥାପନ କରି ପାରୁନାହାନ୍ତି।

କଣ୍ଟେନମେଣ୍ଟ ଜୋନ ଘୋଷଣା କରି ହାତରେ ବେଡି ବାନ୍ଧି ବସିଛି ପ୍ରଶାସନ

ପ୍ରଶାସନର ନିର୍ଦ୍ଦେଶରେ ଥରେ ଗାଁକୁ ସାନିଟାଇଜ କରାଯାଇଥିଲା। ତେବେ ଦିନକୁ ଦିନ ସଂକ୍ରମଣ ବଢି ବଢି ଚାଲିଥିବାରୁ ଗାଁର ହାଲ ବେହାଲ ହୋଇ ପଡିଛି। ସାରା ଗାଁକୁ ପୁଣି ଥରେ ସାନିଟାଇଜ କରିବା ସହିତ ଲୋକଙ୍କ ଦୈନିକ ଆବଶ୍ୟକତା ପାଇଁ ସ୍ଥାନୀୟ ଗ୍ରାମ ପଞ୍ଚାୟତ ଓ ପ୍ରଶାସନ ଧ୍ୟାନ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.