ETV Bharat / state

Poor Health Infrastructure: ଜିଲ୍ଲାର ସ୍ବାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ, ପ୍ରଶ୍ନ ଉଠାଇଲା ବିଜେପି

author img

By

Published : Dec 17, 2021, 8:22 PM IST

ମହାମାରୀ କୋରୋନା ତଥା ନୂଆ ଭାରିଏଣ୍ଟ ଓମିକ୍ରନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି କୋଭିଡ ଗାଇଡଲାଇନକୁ ଧୀରେ ଧୀରେ କଡାକଡି କରାଯାଉଛି । ତେବେ ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଚିକିତ୍ସା ଉପରେ ପ୍ରଶ୍ନ କରିଛି ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

Subarnapur
Subarnapur

ସୁବର୍ଣ୍ଣପୁର: ମହାମାରୀ କୋରୋନା ତଥା ନୂଆ ଭାରିଏଣ୍ଟ ଓମିକ୍ରନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି କୋଭିଡ ଗାଇଡଲାଇନକୁ ଧୀରେ ଧୀରେ କଡାକଡି କରାଯାଉଛି । ତେବେ ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଚିକିତ୍ସା ଉପରେ ପ୍ରଶ୍ନ କରିଛି ଜିଲ୍ଲା ବିଜେପି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ବି ଜନସାଧାରଣ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ପାଉ ନ ଥିବା ବିଜେପିର ବରିଷ୍ଠ ନେତା ବଳଦେବ ବେଦବାଗ ଅଭିଯୋଗ କରିଛନ୍ତି । କରୋନାର ଭୟଙ୍କର ପ୍ରଭାବରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ପାରିନାହିଁ ।

ଜିଲ୍ଲାର ସ୍ବାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ, ପ୍ରଶ୍ନ ଉଠାଇଲା ବିଜେପି

ଏବେ ପୁଣି ଓମିକ୍ରନ ଭୟ ଜନସାଧାରଣଙ୍କୁ ଘାରି ଥିବା ବେଳେ ଏହି ସମୟରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଡାକ୍ତର ଅଭାବ, ବିଶେଷଙ୍କ ଡାକ୍ତରଙ୍କ ପଦବୀ ଖାଲି ,ଷ୍ଟାଫ ନର୍ସ ପଦବୀ ଖାଲି ପଡିଥିବା ବେଳେ ଆବଶ୍ୟକ ପଦ ପଦବୀ ପୂରଣ ଦିଗରେ କେହି ଧ୍ୟାନ ଦେଉ ନ ଥିବା ଅଭିଯୋଗ କରିଛନ୍ତି ବଳଦେବ ।

ବିଶେଷକରି ଜିଲ୍ଲାରେ ମାତ୍ର 40 ପ୍ରତିଶତ ଡାକ୍ତର, ଷ୍ଟାଫ ନର୍ସ ଥିବା ବେଳେ 60 ପ୍ରତିଶତ ପଦ ପଦବୀ ଖାଲି ପଡିଛି । ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡୋଶୀ ଜିଲ୍ଲାର ପ୍ରାୟ 40 ଗୋଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବାରୁ ଆବଶ୍ୟକ ପଦପଦବୀ ପୂରଣ ସହିତ ଭିତ୍ତିଭୂମୀର ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛି ଜିଲ୍ଲା ବିଜେପି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.