ETV Bharat / state

ଲଘୁଚାପ ବର୍ଷାରେ ଜଳମଗ୍ନ 3ଟି ଗାଁ - ସୁବର୍ଣ୍ଣପୁର

ଲଘୁଚାପ ବର୍ଷା କାରଣରୁ ସୁବର୍ଣ୍ଣପୁର ଜିଲ୍ଲାର ତିନୋଟି ଗାଁ ଜଳମଗ୍ନ ହୋଇ ରହିଛି ।

heavy rain
ଲଘୁଚାପ ବର୍ଷାରେ ଜଳମଗ୍ନ 3ଟି ଗାଁ
author img

By

Published : Aug 6, 2020, 11:04 AM IST

ସୁବର୍ଣ୍ଣପୁର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଲଘୁଚାପ ବର୍ଷା କାରଣରୁ ସୁବର୍ଣ୍ଣପୁର ଜିଲ୍ଲାର ତିନୋଟି ଗାଁ ଜଳମଗ୍ନ ହୋଇ ରହିଛି ।

ଜିଲ୍ଲାର ବିରମହାରାଜପୁର ବ୍ଲକ ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମର 4ଟି ଗେଟ ପାଣି ଛଡ଼ାଯାଇଛି । ଅତ୍ୟଧିକ ଜଳ କେନାଲ ଦେଇ ନିଷ୍କାସନ ହେବା ଫଳରେ ଜଳସେଚନ ପ୍ରକଳ୍ପର କେନାଲ ଭାଙ୍ଗି ତିନୋଟି ଗାଁକୁ ପାଣି ପଶିଯାଇଛି।

ଲଘୁଚାପ ବର୍ଷାରେ ଜଳମଗ୍ନ 3ଟି ଗାଁ

ବ୍ରାହ୍ମଣୀପାଲି ଠାରେ ଘାଇ ସୃଷ୍ଟି ହେବାରୁ ଗାଁକୁ ପାଣି ମାଡିଯାଇଛି । ତିନୋଟି ଗାଁ ବ୍ରହ୍ମୀଣିପାଲି, ବୁରୋଘାଟ, ମସନାପାଲି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ବ୍ରାହ୍ମଣିପାଲି ଗାଁର ହରିହର ଯୋର ଉପରେ ବସିଥିବା ତିନୋଟି ଉଠା ଜଳସେଚନ ପ୍ରକଳ୍ପର ମଟର ବନ୍ୟାରେ ଭାସିଯାଇଛି । ଏଥିସହ ଚାଷଜମି ଗୁଡ଼ିକରେ ପାଣି ମାଡିଯାଇଛି।

ତେବେ ତୃଟିପୂର୍ଣ୍ଣ କେନାଲ ନିର୍ମାଣ ଯୋଗୁଁ ପ୍ରତିବର୍ଷ କେନାଲ ଭାଙ୍ଗି ଗାଁ ଗୁଡିକୁ ପାଣି ମାଡିଯାଇ ନାହିଁ ନଥିବା କ୍ଷତି ହେଉଛି । ଏହାର ପ୍ରତିକାର ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ କିଛି ଲାଭ ହେଉନଥିବା ଲୋକେ ଅଭିଯୋଗ କରୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.