ETV Bharat / state

ଉତ୍ତରପ୍ରଦେଶ ନିଖୋଜ ନାବାଳିକା ସୁବର୍ଣ୍ଣପୁରରୁ ଉଦ୍ଧାର

author img

By

Published : Jul 21, 2022, 6:39 PM IST

ଉତ୍ତରପ୍ରଦେଶର ଜଣେ ନାବାଳିକାକୁ ସୋନପୁର ଜିଲ୍ଲା ନଳିନୀ ଛକରୁ ଉଦ୍ଧାର କରାଯାଇଛି । ତାକୁ ଘରେ ଛାଡ଼ିବା ଲାଗି ଜିଲ୍ଲା ପ୍ରଶାସନ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି । ଅଧିକ ପଢନ୍ତୁ

ନଳିନୀ ଛକରେ ୟୁପିର ନାବାଳିକା ଉଦ୍ଧାର, ଘରେ ପହଞ୍ଚାଇଲା ପ୍ରଶାସନ

ସୁବର୍ଣ୍ଣପୁର: ସୋନପୁର ଜିଲ୍ଲାର ନଳିନୀ ଛକରୁ ଉତ୍ତରପ୍ରଦେଶର ନିଖୋଜ ନାବାଳିକା ଉଦ୍ଧାର କରିଛି ଟ୍ରାଫିକ ପୋଲିସ । ନାବାଳିକା ଜଣଙ୍କୁ ଗତ ୧୫ ତାରିଖରେ ଉଦ୍ଧାର କରାଯାଇଥିବାବେଳେ, ଜିଲ୍ଲା ପ୍ରଶାସନ ତାଙ୍କ ଘରେ ଛାଡ଼ିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି । ନାବାଳିକା ଜଣକ ଉତ୍ତରପ୍ରଦେଶର ଜୋନପୁର ନିକଟବର୍ତ୍ତୀ ତୁତିପୁର ଗାଁର ହୋଇଥିବାବେଳେ, ଝିଅଟିର ନାମ ଖୁସି କୁମାରୀ ବୋଲି ଜଣାପଡ଼ିଛି । ନାବାଳିକା ଜଣକ ଟ୍ରାଫିକ ପାଖରେ କାନ୍ଦୁଥିବା ସମୟରେ ଟ୍ରାଫିକ ପୋଲିସ ପ୍ରତିମା ବଗର୍ତ୍ତି ଓ ସୁନିତା ପାତ୍ରଙ୍କ ନଜର ପଡିଥିଲା । ଝିଅଟିକୁ ପଚରାଉଚରା କରିବା ପରେ କେହି ଜଣେ ଅପହରଣ କରି ଆଣି ଛାଡି ଦେଇଥିବା ଜଣାପଡିଥିଲା ।

ସୁବର୍ଣ୍ଣପୁରରୁ ନିଖୋଜ ଉତ୍ତରପ୍ରଦେଶ ନାବାଳିକା ଉଦ୍ଧାର

ଦୁଇ ମହିଳା ଟ୍ରାଫିକ ପୋଲିସ କର୍ମଚାରୀ ଥାନାରେ ଝିଅଟିକୁ ଜିମା ଦେବା ପରେ ପୋଲିସ, ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍ଡ ଲାଇନ ନାବାଳିକାର ଠିକଣା ଖୋଜିଥିଲେ । ନିର୍ଦ୍ଦିଷ୍ଟ ଠିକଣା ଜଣାପଡିବା ପରେ ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଝିଅଟିକୁ ତାର ଘରେ ଛାଡି ଦେବା ପାଇଁ ପୋଲିସ, ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ, ଶିଶୁ ଗୃହର ୨ଜଣ ମହିଳା କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି । ଏହି ଟିମ ଝିଅଟିକୁ ନେଇ ଉତ୍ତର ପ୍ରଦେଶର ଜୋନପୁର ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରିବେ ।

ତେବେ ସରକାରୀ କର୍ମଚାରୀଙ୍କ ଏହି ଟିମ ଆଉ ଦିନକ ପରେ ଝିଅଟିକୁ ନେଇ ନିର୍ଦ୍ଦିଷ୍ଟ ଠିକଣାରେ ପହଞ୍ଚାଇବେ ବୋଲି ଜଣାପଡିଛି । ନାବାଳିକାର ବୟାନ ଅନୁଯାୟୀ ତାକୁ ଜଣେ ଯୁବକ (ସଂପର୍କରେ ସାନ ବାପା) ବୁଲେଇ ଆଣି ଏଠାରେ ଛାଡି ଚାଲିଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉତ୍ତର ପ୍ରଦେଶ ପୋଲିସ ସହିତ ଯୋଗାଯୋଗ କରି ନାବାଳିକାକୁ ତାର ଘରକୁ ପହଞ୍ଚାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.