ETV Bharat / state

ପାଣି ପମ୍ପ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ - Subarnapur Sadar town Police

ପାଣି ପମ୍ପ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ସଦର ଥାନା ପୋଲିସ । ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିବା ସହ ୧୧ଟି ପାଣି ପମ୍ପ ଜବତ କରିଛି । ଅଧିକ ପଢନ୍ତୁ...

ପାଣି ପମ୍ପ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
ପାଣି ପମ୍ପ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ
author img

By

Published : Oct 17, 2021, 6:36 PM IST

ସୁବର୍ଣ୍ଣପୁର: ସଦର ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଅଧିନ ସଦର ଥାନା ଅଞ୍ଚଳରେ। ସୂଚନାନୁସାରେ ଦୀର୍ଘ ଦିନ ଧରି ସହରର ବିଭିନ୍ନ ସ୍ଥାନରେ ପାଣି ପମ୍ପ ଚୋରି ହେଉଥିବା ନେଇ ୬ଟି ଅଭିଯୋଗ ହୋଇଥିବାବେଳେ ଆଜି (ରବିବାର) ଏହି ଘଟଣାରେ ସଦର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସଦର ଥାନା ଅନ୍ତର୍ଗତ କଳିଙ୍ଗ ନଗରର ଅଭିଯୁକ୍ତ ରାମ ଘଡିଆ ।

ପାଣି ପମ୍ପ ଚୋରି ଘଟଣାରେ ଅଭିଯୁକ୍ତ ଗିରଫ

ତେବେ ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଘର ଗୁଡିକର କୂଅରେ ପାଣି ପମ୍ପ ଲାଗିଥିବାବେଳେ କୌଶଳ କରି ଅଭିଯୁକ୍ତ ଜଣକ ପାଣି ପମ୍ପ ଗୁଡିକୁ ବାହାର କରି ବିଭିନ୍ନ ସ୍ଥାନରେ ବିକ୍ରି କରିଆସୁଥିଲା ।

ସେପଟେ ଏହି ଘଟଣାରେ ପୋଲିସ ଚଢାଉ କରି ଅଭିଯୁକ୍ତ ରାମ ଘଡିଆଙ୍କୁ ଗିରଫ କରି ତା ନିକଟରୁ ୧୧ଟି ପାଣି ପମ୍ପ ଜବତ କରିବା ସହ କୋର୍ଟ ଚାଲାଣ କରିଥିବା ନେଇ ସୁବର୍ଣ୍ଣପୁର ଏସଡିପିଓ ପୁଷ୍ପାଞ୍ଜଳୀ ନିଙ୍ଗି ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.