ETV Bharat / state

ସୁବର୍ଣ୍ଣପୁର ପାଇଁ ସ୍ବପ୍ନ ହୋଇଯିବ କି ଫୋର ଲେନ ରାସ୍ତା ? - road problem in subaranapur

କେବେ ସରିବ ତେଲନଦୀ-ମହାନଦୀ ପୋଲର ରାସ୍ତା ପ୍ରଶସ୍ତିକରଣ କାମ ? ଦୁଇ ଲେନ ରାସ୍ତାକୁ ଫୋର ଲେନ କରିବା ପାଇଁ ଅଣ୍ଟା ଭିଡିଥିଲା ପ୍ରଶାସନ । ହେଲେ ରାସ୍ତା ପ୍ରଶସ୍ତିକରଣ କାମ ଏବେ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

4 LANE WAY ROAD WORK
ସୁବର୍ଣ୍ଣପୁରବାସୀଙ୍କ ପାଇଁ ସ୍ବପ୍ନ ହୋଇ ଯିବକି ଫୋର ଲେନ ୱେ ?
author img

By

Published : Mar 1, 2020, 3:50 PM IST

ସୁବର୍ଣ୍ଣପୁର: ତେଲନଦୀରୁ ମହାନଦୀ ପୋଲ ଯାଏଁ କରାଯିବ ରାସ୍ତା ପ୍ରଶସ୍ତିକରଣ । ଦୁଇ ଲେନ ବିଶିଷ୍ଟ ରାସ୍ତାକୁ କରାଯିବ ଫୋର ଲେନ ୱେ । ପ୍ରାୟ ସାଢେ 3 କିଲୋମିଟର ରାସ୍ତା ତିଆରି ପାଇଁ 6 ମାସର ସମୟ ନିର୍ଦ୍ଧାରିତ ହେଲା । ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ ମଧ୍ୟ କଲେ । ହେଲେ ଏହାରି ଭିତରେ ଶିଳାନ୍ୟାସକୁ ପୁରୁଛି ବର୍ଷେ । ହେଲେ ଏ ପର୍ଯ୍ୟନ୍ତ ଶେଷ ହୋଇନି ରାସ୍ତା ନିର୍ମାଣ କାର୍ଯ୍ୟ ।

ସୁବର୍ଣ୍ଣପୁରବାସୀଙ୍କ ପାଇଁ ସ୍ବପ୍ନ ହୋଇ ଯିବକି ଫୋର ଲେନ ୱେ ?

ଏପଟେ ରାସ୍ତା ପ୍ରଶସ୍ତିକରଣ ପାଇଁ ବାରମ୍ବାର ବିରୋଧ ସତ୍ତ୍ବେ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା 1165ଟି ମୂଲ୍ୟବାନ ଗଛକୁ କାଟି ଦିଆଗଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସରକାରୀ ଜମି ଉଚ୍ଛେଦ ଓ ରୟତ କିସମର ଜମି ଅଧିଗ୍ରହଣ କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଏପରିକି ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟୁତ ଖୁଣ୍ଟ ଗୁଡିକୁ ମଧ୍ୟ ଅପସାରଣ କରାଯାଇପାରିନାହିଁ । ଏପଟେ ବୁଢାରଜା, ବ୍ଲକ ଛକ, ପଟାଭାଡି ଛକ ଓ କୁଞ୍ଜ ହୋଟେଲ ଛକ ଆଦି ରାସ୍ତାରୁ ଜବର ଦଖଲ ଉଚ୍ଛେଦ ପାଇଁ ଗତ ଅଗଷ୍ଟରେ ଟେଣ୍ଡର ଡକାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର 5 ପ୍ରତିଶତ କାମ ସରିଥିବା ବେଳେ ବାକି ରହିଛି 95 ପ୍ରତିଶତ । ଏପଟେ ରାସ୍ତା ପ୍ରଶସ୍ତିକରଣ ପାଇଁ ପୁରୁଣା ରାସ୍ତାର ମଧ୍ୟ ମରାମତି ହେଉନାହିଁ । ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।

6 କୋଟି 69 ଲକ୍ଷଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ରାସ୍ତାର ଚଉଡା 20 ମିଟର ହେବାକୁ ଥିବାରୁ ରାସ୍ତା ପାର୍ଶ୍ବରେ ଥିବା ଷ୍ଟ୍ରିଟ ଲାଇଟ ଖୁଣ୍ଟ ଗୁଡିକୁ ବି ସ୍ଥାନାନ୍ତର କରାଯିବାର ଆବଶ୍ୟକତା ରହିଛି । ଅପରପକ୍ଷରେ ମିଳିଥିବା ଅନୁଦାନ ଶେଷ ହୋଇଥିବା ବେଳେ ଅନୁଦାନ ମିଳିଲେ ପୁଣି କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ରାସ୍ତା ପ୍ରଶସ୍ତିକରଣ କାମ 6 ମାସ ମଧ୍ୟରେ ଶେଷ ହେବ ବୋଲି ସ୍ଥିର ହୋଇଥିଲା । ହେଲେ ସମୟ ଗଡୁଛି, ହଜାର ହଜାର ଗଛ ବଳି ପଡିଛି କିନ୍ତୁ ରାସ୍ତା କାମର ଅଗ୍ରଗତି ନାହିଁ । କେବେ ରାସ୍ତା କାମ ଶେଷ ହେବ ତାହାକୁ ଜିଲ୍ଲାବାସୀଙ୍କ ଅପେକ୍ଷା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.