ETV Bharat / state

ତରଭା ପୋଲିସର କାର୍ଯ୍ୟାନୁଷ୍ଠାନ: 20ଟି ମାମଲା, 13 ଗାଡି ଜବତ

author img

By

Published : Apr 22, 2020, 1:57 AM IST

ସହରର ପ୍ରବେଶ ପଥକୁ ସିଲ କରି ଦିଆଯାଇଛି । ଲକଡାଉନ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ପାଖରୁ 26 ହଜାରରୁ ଅଧିକ ଟଙ୍କାର ଫାଇନ ଆଦାୟ ହୋଇଛି । ଅଧିକ ପଢନ୍ତୁ...

ତରଭା ପୋଲିସର କାର୍ଯ୍ୟାନୁଷ୍ଠାନ: 20ଟି ମାମଲା, 13 ଗାଡି ଜବତ
ତରଭା ପୋଲିସର କାର୍ଯ୍ୟାନୁଷ୍ଠାନ: 20ଟି ମାମଲା, 13 ଗାଡି ଜବତ

ସୁବର୍ଣ୍ଣପୁର: ଜିଲ୍ଲାର ତରଭା ପୋଲିସ କଡାକଡି ଭାବେ ଲକଡାଉନ ପାଳନ କରୁଛି । ନିୟମ ନମାନି ଲକଡାଉନ ଉଲ୍ଲଙ୍ଘନ କରିଥିବା 20 ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହାସହ 13ଟି ମୋଟର ସାଇକେଲ ଜବତ କରିଛି ପୋଲିସ ।

ପ୍ରତିଦିନ ସକାଳ 8ଟାରୁ 10ଟା ଯାଏଁ ଜନସାଧାରଣଙ୍କୁ ଆବଶ୍ୟକୀୟ ପନିପରିବା ଓ ରାସନ କିଣାବିକା ପାଇଁ ଅନୁମତି ଦେଇଛି ପୋଲିସ । ବାକି ସମୟରେ କଡାକଡି ଭାବେ ଲକଡାଉନ ପାଳନ କରାଯାଉଛି । ଥାନା ଅଧିକାରୀ ଡୋଳାମଣୀ ଭୋଇଙ୍କ ନେତୃତ୍ବରେ ତିନୋଟି ପୋଲିସ ଦଳ ସହରରେ ପଇଁତରା ମାରୁଛନ୍ତି ।

ସହରର ପ୍ରବେଶ ପଥକୁ ସିଲ କରି ଦିଆଯାଇଛି । ଏହାସହ ଲକଡାଉନ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ପାଖରୁ 26 ହଜାରରୁ ଅଧିକ ଟଙ୍କାର ଫାଇନ ଆଦାୟ କରିଛି । ଜନସାଧାରଣଙ୍କ ଭିତରେ ବି କୋରୋନା ସଂକ୍ରମଣ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରୁଛି ପୋଲିସ । ଜରୁରୀ ନହେଲେ ଘରୁ ବାହାରକୁ ନ ଆସିବାକୁ ଅନୁରୋଧ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.