ETV Bharat / state

ମୁଖ୍ୟ ଚିକିତ୍ସାଳୟର ପରିସର ଅସୁରକ୍ଷିତ, ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ସାମ୍ବାଦିକ ସଂଘର ଦାବି - ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଆଗରେ ଦାବି ଉପସ୍ଥାପନ କରିଛି ୱେବ ମିଡିଆ ସଂଘ । ଅଧିକ ପଢନ୍ତୁ

ମୁଖ୍ୟ ଚିକିତ୍ସାଳୟର ପରିସର ଅସୁରକ୍ଷିତ
ମୁଖ୍ୟ ଚିକିତ୍ସାଳୟର ପରିସର ଅସୁରକ୍ଷିତ
author img

By

Published : Aug 19, 2023, 10:10 PM IST

ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ସାମ୍ବାଦିକ ସଂଘର ଦାବି

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଆଗରେ ଦାବି ଉପସ୍ଥାପନ କରିଛି ୱେବ ମିଡିଆ ସଂଘ । ଜିଲ୍ଲା ସଂଘର ସଭାପତି ପିତାମ୍ବର ମହାପାତ୍ରଙ୍କ ନେତୃତ୍ବରେ ଏକ ସାମ୍ବାଦିକ ପ୍ରତିନିଧି ଦଳ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଅସାମାଜିକ ଯୁବକ ତଥା ଦଲାଲମାନେ ରୋଗୀ ଓ ରୋଗୀଙ୍କ ସଂପର୍କିୟମାନଙ୍କୁ ବେଶ ହଇରାଣ କରୁଥିବା ଆଭିଯୋଗ ହେଉଛି ।

ଜିଲ୍ଲା ୱେବ ମିଡିଆ ସଂଘ ଉପଦେଷ୍ଟା ତୀର୍ଥବାସୀ ପଣ୍ଡା କହିଛନ୍ତି, ‘‘ମୋଟର ସାଇକେଲ , ମୋବାଇଲ ତଥା ଟଙ୍କା ପଇସା ଲୁଟପାଟ ହେଉଥିବା ଛୋଟବଡ ଘଟଣା ନଜରକୁ ଆସୁଛି । ପୂର୍ବରୁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଆଉଟ ପୋଷ୍ଟ ଖୋଲାଯାଇଥିଲା । ସେଠାରେ ଦୁଇ ଜଣ କନେଷ୍ଟବଳ ଓ ହୋମଗାର୍ଡ କାର୍ଯ୍ୟରତ ଥିଲେ । ପୋଲିସ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଆଗନ୍ତୁକମାନଙ୍କ ସୁରକ୍ଷା କରୁଥିଲେ । ଅନେକ ସମୟରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ସଠିକ ସୂଚନା ପ୍ରଦାନ କରିବା ସହିତ ସହଯୋଗ କରୁଥିଲେ । ପୋଲିସ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବାରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ତଥା ଆଗନ୍ତୁକମାନେ ବେଶ ସୁରକ୍ଷିତ ଅନୁଭବ କରୁଥିଲେ । ଅସାମାଜିକ ବ୍ୟକ୍ତି ବିଶେଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସରକୁ ଯାଉନଥିଲେ । ହେଲେ ପ୍ରାୟ ଦେଢ ବର୍ଷରୁ ଅଧିକ ହେଲା ଆଉଟ ପୋଷ୍ଟଟି ଉଠି ଯିବା ଫଳରେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନେକ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ତେଣୁ ପୁଣିଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଲିସ କର୍ମୀ ନିଯୁକ୍ତି କରିବା ପାଇଁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।’’

ଅଧିକ ପଢନ୍ତୁ: ନିଶା ମାଫିଆଙ୍କ ଦୌରାତ୍ମ୍ୟ, ରେଡ ବେଳେ ଧଉଳି ଥାନା ଏସଆଇଙ୍କୁ ହାତୁଡିରେ ଆକ୍ରମଣ

ସେ ଅହୁରୀ ମଧ୍ୟ କହିଛନ୍ତି,‘‘ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ତଥା ଚୋରୀ ଆଦି ରୋକିବାରେ ପୋଲିସର କାର୍ଯ୍ୟ ବେଶ ପ୍ରଶଂସନୀୟ । ରାତିରେ ପୋଲିସ ପାଟ୍ରୋଲିଂ ବି କଡାକଡି କରାଯାଇଛି । ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ରାତିରେ ବି ପାଟ୍ରୋଲିରେ ଯାଆସ କରୁଥିବା ଦେଖିବାକୁ ମିଳୁଛି । ’’ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରିବା ସହିତ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାମ୍ବାଦିକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.