ETV Bharat / state

ଖତ ହେବାକୁ ବସିଛି ଏୟାରଷ୍ଟ୍ରିପ୍‌, ବେଫିକର ପ୍ରଶାସନ - subarnapur helipad damage

ସୁବର୍ଣ୍ଣପୁରରେ ନିର୍ମାଣ ହୋଇଥିବା 3ଟି ଏୟାରଷ୍ଟ୍ରିପ୍‌ ନଷ୍ଟ ହେବାରେ ବସିଛି । ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଏପରି ସ୍ଥିତି ଉପଜୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଖତ ହେବାକୁ ବସିଛି ଏୟାରଷ୍ଟ୍ରିପ୍‌, ବେଫିକର ପ୍ରଶାସନ
author img

By

Published : Nov 14, 2019, 1:12 PM IST

ସୁବର୍ଣ୍ଣପୁର: ଐତିହାସିକ ସୁବର୍ଣ୍ଣପୁର ସହରକୁ ଜଳ,ସ୍ଥଳ ଓ ଆକାଶ ମାର୍ଗରେ ସାରା ବିଶ୍ବ ସହିତ ଯୋଡିବାର ପ୍ରୟାସ ଜାରି ରହିଛି । ହେଲେ ସ୍ଥାୟୀ ଭାବେ ନିର୍ମିତ ତିନୋଟି ହେଲିପ୍ୟାଡ ସୁରକ୍ଷା ଅଭାବରୁ ଧ୍ବସଂ ହେବାକୁ ବସିଥିବା ବେଳେ ଏହାକୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ହୋଇଛି ।

ରକ୍ଷଣାବେକ୍ଷଣା ଅଭାବରୁ ଏୟାରଷ୍ଟ୍ରିପ୍‌ ଏବେ ଅଳିଆଗଦାରେ ପରିଣତ ହୋଇଛି । କେଉଁଠି ପିଚୁ ଫାଟି ଆଁ କରିଛି ତ ପୁଣି କେଉଁଠି ଗଡୁଛି ମଦ ବୋତଲ । ଆଉ ବିଡମ୍ବନାର ବିଷୟ ଏବେ ଏୟାରଷ୍ଟ୍ରିପ୍‌ ପାଲଟିଛି ରାସ୍ତା ନିର୍ମାଣ ସାମଗ୍ରୀର ମହଜୁଦସ୍ଥଳୀ । ଜମା ହୋଇଛି କୁଢ କୁଢ ସିମେଣ୍ଟ,ବାଲି,ଗୋଡି ଓ ମାଟି । ଯାହାକୁ ନେଇ ସାଧାରଣରେ ଉଦବେଗ୍ ପ୍ରକାଶ ପାଇଛି ।

ଖତ ହେବାକୁ ବସିଛି ଏୟାରଷ୍ଟ୍ରିପ୍‌, ବେଫିକର ପ୍ରଶାସନ

ଗତ ଏପ୍ରିଲରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ 30ଲକ୍ଷ ଟଙ୍କା ବ୍ୟୟରେ ଗୃହ ଓ ପୂର୍ତ୍ତ ବିଭାଗ ନିର୍ମାଣ କରିଥିଲା 3ଟି ହେଲିପ୍ୟାଡ । ହେଲେ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ଏୟାରଷ୍ଟ୍ରିପ୍‌ ଖତ ହେବାକୁ ବସିଥିବା ବେଳେ ପୂର୍ତ୍ତ ବିଭାଗର ଠିକାଦାର କରୁଛନ୍ତି ମନଇଚ୍ଛା ବ୍ୟବହାର । ଏନେଇ ଆମେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଏହା ରାଜସ୍ବ ବିଭାଗ ଜମି ହୋଇଥିବାରୁ ଏହା ତାଙ୍କ ଦାୟିତ୍ବ ନୁହେଁ ବୋଲି ସିଧାସିଳଖ କହିଛନ୍ତି ।

ସହର ବିକାଶ ପଥରେ ଯିବା ପରିବର୍ତ୍ତେ ବିନାଶ ପଥରେ ଗତି କରୁଛି । ସହରର ନିର୍ମାଣ ଦାୟିତ୍ବ ବହନ କରିଥିବା ଏହି ବିଭାଗ କେବଳ ଠିକାଦାର ପୋଷିବା ନୀତିରେ କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:ସୁବର୍ଣ୍ଣପୁର ସହରର ବାବା ରାମେଶ୍ୱର ଓ ସୁବର୍ଣମେରୁ ମନ୍ଦିର ମଧ୍ୟ ଭାଗରେ ନିର୍ମିତ ହେଲିପ୍ୟାଡ ଏବେ ଧ୍ୱଂସ ହେବାକୁ ବସିଛି।ଦୀର୍ଘ ଦିନରୁ ସହର ପାଇଁ ଏକ ଏୟାର ଷ୍ଟ୍ରିପ ନିର୍ମାଣ ପାଇଁ ଯୋଜନା ଥିବା ବେଳେ ତାକୁ ତ କାର୍ଯ୍ୟକ୍ଷମ କରାଯାଇ ପାରୁନାହିଁ।ସ୍ଥାୟୀ ଭାବେ ନିର୍ମିତ ହେଲିପ୍ୟାଡ ଆବଶ୍ୟକ ସୁରକ୍ଷା ଅଭାବରୁ ଧ୍ୱଂସ ହୋଇ ବସିଛି।ଆଉ ସଭିଏଁ ଜାଣି ଅଜଣା ପରି ଏହି ବିନାଶର ଚିତ୍ର ଦେଖୁଛନ୍ତି। ଭିଓ1-ଐତିହାସିକ ସୁବର୍ଣ୍ଣପୁର ସହରକୁ ଜଳ ,ସ୍ଥଳ ଓ ଆକାଶ ମାର୍ଗରେ ସାରା ବିଶ୍ୱ ସହିତ ଯୋଡିବାର ପ୍ରୟାସ ହେଉଛି।ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ଅବା ଏୟାର ଷ୍ଟ୍ରିପ ନିର୍ମାଣ ସବୁ ସମୟରେ ବିକାଶର ସ୍ୱପ୍ନ ହୋଇଛି ଜିଲ୍ଲାବାସୀଙ୍କ ପାଇଁ । ହେଲେ ସ୍ଥାୟୀ ଭାବେ ନିର୍ମିତ ତିନୋଟି ହେଲିପ୍ୟାଡ ସୁରକ୍ଷା ଅଭାବରୁ ଧ୍ୱଂସ ହେବାକୁ ଯାଉଥିବା ବେଳେ ଏହାକୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହୋଇଛି।ଏବେ ସହର ଉପକଣ୍ଠରେ ନିର୍ମିତ ତିନି ହେଲିପ୍ୟାଡ ନିର୍ମାଣ ସାମଗ୍ରୀ ମହଜୁଦ ରଖିବାର ଉତ୍କୃଷ୍ଟ ଯାଗା ଭାବେ ବ୍ୟବହାର ହେଉଛି।ସହରରେ ନିର୍ମାଣଧୀନ ରିଙ୍ଗରୋଡ଼ ପାଇଁ ବାଲି , ପଥର ଠୁଳକରି ରଖିବାର ଯାଗା ଭାବେ ବ୍ୟବହୃତ ହେଉଛି। ବାଇଟ 1 ବଳଦେବ ବେଦବାକ , ସ୍ବେଚ୍ଛାସେବୀ ।(ଗୋଲାପୀ ସାର୍ଟ) ବାଇଟ 2 ଶ୍ୟାମା ଓଁମ ପ୍ରସାଦ ମିଶ୍ର , ଆଇନଜୀବି , ସୁବର୍ଣ୍ଣପୁର।(ଧଳା ସାର୍ଟ)

Body:ଭିଓ 2-ଗତ ଏପ୍ରିଲ 2019ରେ ସହରରେ ତିଆରି ହୋଇଥିଲା ଏହି ତିନୋଟି ହେଲିପ୍ୟାଡ ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଷ୍ଟାଡିୟମ ନିକଟରେ 30 ଲକ୍ଷ ଟଙ୍କା ବ୍ୟୟରେ ଗୃହ ଓ ପୂର୍ତ୍ତ ବିଭାଗ ଏହାକୁ ସ୍ଥାୟୀ ଭାବେ ତିଆରି କରିଥିଲା।ହେଲେ ରକ୍ଷଣା ବେକ୍ଷଣ ଅଭାବରୁ ଏହା ଧ୍ୱଂସ ହେବାକୁ ଯାଉଛି।ଗୃହ ଓ ପୂର୍ତ୍ତ ବିଭାଗର ରିଙ୍ଗ ରୋଡ଼ ଠିକାଦାର ଏହାକୁ ବେଆଇନ ଭାବେ ବ୍ୟବହାର କରୁଛି।ଅପର ପକ୍ଷରେ ଏହା ରାଜସ୍ୱ ବିଭାଗର ଜମି ହୋଇ ଥିବାରୁ ଏହାକୁ ନିର୍ମାଣ କରିଥିବା ପୂର୍ତ୍ତ ବିଭାଗ ତାଙ୍କ ଦାଇତ୍ୱ ନୁହେଁ ବୋଲି ସଫେଇ ଦେଉଛି। ବାଇଟ 3 ଅସିତ କୁମାର ବଡ଼ପଣ୍ଡା , ନିର୍ବାହୀ ଯନ୍ତ୍ରୀ , ଗୃହ ଓ ପୂର୍ତ୍ତ ବିଭାଗ , ସୁବର୍ଣ୍ଣପୁର।

Conclusion:ଫାଭିଓ - ବିନାଶ କାଳେ ବିପରୀତ ବୁଦ୍ଧି ପରି କାର୍ଯ୍ୟ କରୁଛି ପୂର୍ତ୍ତ ବିଭାଗ।ସହରରେ ନିର୍ମାଣ ଦାଇତ୍ୱ ବହନ କରିଥିବା ଏହି ବିଭାଗ କେବଳ ଠିକାଦାର ପୋଷିବା ନୀତିରେ କାର୍ଯ୍ୟ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇ ଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.