ETV Bharat / state

ପଞ୍ଚାୟତ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର ପ୍ରସ୍ତୁତି

author img

By

Published : Oct 30, 2021, 9:17 PM IST

ଆଗାମୀ 2022 ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି । ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ନିର୍ବାନଚୀ ଇସ୍ତାହାର ପ୍ରସ୍ତୁତ କରିବା ପାଇଁ କଂଗ୍ରେସ କମିଟି ବ୍ୟାପକ ଆଲୋଚନା କରିଛି । ଅଧିକ ପଢନ୍ତୁ...

Subarnapur District Congress
Subarnapur District Congress

ସୁବର୍ଣ୍ଣପୁର: ଆଗାମୀ 2022 ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି । ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ନିର୍ବାନଚୀ ଇସ୍ତାହାର ପ୍ରସ୍ତୁତ କରିବା ପାଇଁ କଂଗ୍ରେସ କମିଟି ବ୍ୟାପକ ଆଲୋଚନା କରିଛି । ତୃଣମୂଳସ୍ତରରେ ଥିବା କଂଗ୍ରେସ କର୍ମୀମାନେ ଜନସାଧାରଣଙ୍କ ସହିତ ସ୍ଥାନୀୟ ସମସ୍ୟା ଉପରେ ଆଲୋଚନା କରି ଜିଲ୍ଲା କଂଗ୍ରେସ କମିଟିକୁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବା ଲିଖିତ ଆକାରରେ ପ୍ରଦାନ କରିଛନ୍ତି ।

ପଞ୍ଚାୟତ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର ପ୍ରସ୍ତୁତି

ପଞ୍ଚାୟତ ସ୍ତରରେ ଗ୍ରାମୀଣ ସମସ୍ୟା ,ବ୍ଳକ ସ୍ତରରେ ଆଞ୍ଚଳିକ ସମସ୍ୟା ଓ ଜିଲ୍ଲା ପରିଷଦ ପାଇଁ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ ହେବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ତୃଣମୂଳ ସ୍ତରରୁ କଂଗ୍ରେସ ଦଳକୁ ମଜଭୂତ କରିବା ସହିତ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବା ,ନିର୍ବାଚନୀ ପ୍ରସଙ୍ଗ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବା, କ୍ଷମତାସୀନ ରାଜନୈତିକ ଦଳର ବିଫଳତାକୁ ଆଧାର କରିବା ତଥା ଏକ ସ୍ଥିର ପଞ୍ଚାୟତରାଜ ବ୍ୟବସ୍ଥା ଭିତରେ ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ସେବା ଯୋଗାଇ ଦେବା ସଂପର୍କରେ ବି ଆଲୋଚନା କରାଯାଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟକ ଦଳୀୟ କର୍ମୀଙ୍କ ବିଜୟ ଉପରେ କଂଗ୍ରେସ କର୍ମୀମାନେ ଏକତ୍ରୀତ ହୋଇ କାର୍ଯ୍ୟ କରିବେ ବୋଲି କଂଗ୍ରେସ ସୂଚନା ଦେଇଛି ।

ଆଜି ଜିଲ୍ଲା ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ସ୍ଥାାନୀୟ ଏନଜିଓସିସି ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ସୌମ୍ୟ ରଂଜନ ମିଶ୍ର ଯୋଗଦେଇ ନିର୍ବାଚନୀ ଇସ୍ତାହାର ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି । ତେବେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲାରେ କଂଗ୍ରେସ ଦଳ ଆଗୁଆ ଭାବେ କାର୍ଯ୍ୟ ଆରମ୍ଭ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.