ETV Bharat / state

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ସୁବର୍ଣ୍ଣପୁର ଜିଲ୍ଲା ବିଜେପି - home minister Captain Mishra

କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଜାରି ରହିଛି ବିଭିନ୍ନ ରାଜନୈତିକ ଦଳର ଆନ୍ଦୋଳନ, ବିକ୍ଷୋଭ ଓ ଗଣଧାରଣା । ଅଧିକ ପଢନ୍ତୁ...

Subarnapur district BJP
Subarnapur district BJP
author img

By

Published : Oct 20, 2021, 10:25 PM IST

ସୁବର୍ଣ୍ଣପୁର: କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଜାରି ରହିଛି ବିଭିନ୍ନ ରାଜନୈତିକ ଦଳର ଆନ୍ଦୋଳନ, ବିକ୍ଷୋଭ ଓ ଗଣଧାରଣା ।

ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ସହ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ଆଜି (ବୁଧବାର) ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ସୁବର୍ଣ୍ଣପୁର ଜିଲ୍ଲା ବିଜେପି

ବରିଷ୍ଠ ବିଜେପି ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ସିବିଆଇ ତଦନ୍ତ ଦାବି କରିବା ସହିତ ଷଡଯନ୍ତ୍ରକାରୀଙ୍କୁ ଗିରଫ କରିବା ପାଇଁ ଦଳ ଦାବି କରିଛି ।

ଘଟଣାକୁ ନେଇ ଜିଲ୍ଲା ବିଜେପି କହିଛି, ସନସାଇନ ପବ୍ଲିକ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ସନ୍ଦେହ ଜନକ କାର୍ଯ୍ୟକଳାପ, ରାଜ୍ୟର ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସୋନପୁର ବିଧାୟକ ତଥା ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ ଗୋବିନ୍ଦ ସାହୁଙ୍କ ସହିତ ଘନିଷ୍ଠତା ରହିଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.