ETV Bharat / state

ଆର୍ଥିକ ଅନିୟମିତତାରେ ଲିପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଅଭିଯୋଗ ଆଣିଲା ଆପ୍ - ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନାମରେ ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଆଣିଛି ଜିଲ୍ଲା ଆପ୍ । ଅଧିକ ପଢନ୍ତୁ

aam aadmi party protest in front of collector office
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଆଣିଲା ଆପ୍
author img

By

Published : May 13, 2023, 2:23 PM IST

ଆର୍ଥିକ ଅନିୟମିତତାରେ ଲିପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

ସୁବର୍ଣ୍ଣପୁର: ଜିଲ୍ଲ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ସୁରେଶ କଲତାଙ୍କ ନେତୃତ୍ବରେ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆର୍ଥିକ ଅନିୟମିତତାରେ ସାମିଲ ହୋଇଥିବା ଅଭିଯୋଗ କରି ପାର୍ଟି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନମୁଖୀ ନିର୍ଦ୍ଦେଶନାମା ଜାରି କରି ଆର୍ଥିକ ଅନିୟମିତତା କରୁଥିବା ଅଭିଯୋଗ କରି ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ଜିଲ୍ଲା ଶିଶୁ ସୁରକ୍ଷଆ ଅଧିକାରୀ ଚତୁର୍ଭୁଜ ଦାସ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଏକ ପତ୍ର ଲେଖି ପ୍ରତ୍ୟେକ ଘରେ ବେଟି ପଢ଼ାଓ ବେଟି ବଚାଓ ଅଭିଯାନରେ ସାମିଲ ହେବା ପାଇଁ କହିଥିବା ଅଭିଯୋଗ ହୋଇଛି । ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ମାଧ୍ୟମରେ ଅଙ୍ଗନୱାଡି କର୍ମୀଙ୍କ ଜରିଆରେ ପ୍ରତ୍ୟେକ ଘରେ ବେଟି ପଢ଼ାଓ ବେଟି ବଚାଓ ଅଭିଯାନରେ ଏକ ଟିଣ ପ୍ଲେଟ୍‌ ଲଗାଇ ତିରିଶ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ କରିଛନ୍ତି। ତେବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତାଙ୍କ କାର୍ଯ୍ୟାଳୟର ଗତ ମେ' 4 ତାରିଖରେ ଜିଲ୍ଲାର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କୁ ଦେଇଥିବା ପତ୍ର ସଂଖ୍ୟା 297ରେ ପ୍ରତ୍ୟେକ ପରିବାର ପାଖରୁ 30 ଟଙ୍କା ଆଦାୟ କରି ବେଟି ବଚାଓ ବେଟି ପଢାଓ ସ୍ଲୋଗାନ୍‌ ଟିଣ ପ୍ଲେଟ୍‌ ଲଗାଇବା ପାଇଁ କହିଥିବା ଆମ ଆଦମୀ ପାର୍ଟି ଅଭିଯୋଗ କରିଛି ।

ଜିଲ୍ଲାର ପ୍ରାୟ 850ରୁ ଅଧିକ ରାଜସ୍ବ ଗାଁରେ ରହୁଥିବା ପ୍ରାୟ ଲକ୍ଷେ 80 ହଜାରରୁ ଅଧିକ ପରିବାର ଏହି ସଚେତନତା ଅଭିଯାନରେ ସାମିଲ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି । ତେବେ ପ୍ରତ୍ୟେକ ପରିବାର ପାଖରୁ 30 ଟଙ୍କା ଲେଖାଏଁ ଆଦାୟ କରି ଏକ ମୋଟା ଅଙ୍କର ଟଙ୍କା ଆତ୍ମସାତ୍‌ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଜନସାଧାରଣ ଏହି ନିର୍ଦ୍ଦେଶନାମାରେ ଆର୍ଥିକ ଭାବେ ଠକେଇ ହୋଇଥିବା ଅଭିଯୋଗ କରିଛନ୍ତି ।

ବିହାରରୁ ଏକ ଘରୋଇ କମ୍ପାନୀ ଆସି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହାତେଇ ଏକ ବିରାଟ ଧରଣର ଆର୍ଥିକ ଅନିୟମିତା କରିଥିବା ଅଭିଯୋଗ କରିଛନ୍ତି । ତେବେ କୌଣସି ଏକ ବାହାର ପ୍ରଦେଶର କମ୍ପାନୀକୁ କେଉଁ ସ୍ବାର୍ଥ ପାଇଁ ଏଭଳି ଏକ କାର୍ଯ୍ୟରେ ନିୟୋଜିତ କରାଯାଇଛି ସେ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉତ୍ତର ଦେବାକୁ ବି ଦାବି କରିଛି ଆପ୍‌ । ତେବେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଏହି ପତ୍ର ସଂଖ୍ୟା 297କୁ ପ୍ରତ୍ୟାହାର କରି ଏହି ନିର୍ଦ୍ଦେଶନାମାର ପ୍ରକୃତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନ ଭୟାବହ କରିବେ ଓ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.