ETV Bharat / state

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାର୍କିଂ ସମସ୍ୟା

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାର୍କିଂ ସମସ୍ୟା ଦେଖା ଦେଇଛି। ଏହାକୁ ନେଇ ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକେ ଓ ରୋଗୀ । ପଢନ୍ତୁ ଅଧିକ ...

author img

By

Published : Aug 16, 2020, 6:51 AM IST

Subarnapur dist medical
Subarnapur dist medical

ସୁବର୍ଣ୍ଣପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପାର୍କିଂ ସମସ୍ୟା ଦେଖା ଦେଇଛି। ଦୈନିକ ଶହଶହ ମୋଟର ସାଇକେଲ ଆସୁଥିବା ବେଳେ ଚାରି ଚକିଆ ଯାନ ମଧ୍ୟ ରୋଗୀଙ୍କୁ ନେଇ ଡାକ୍ତରଖାନାକୁ ଆସୁଛି। ସେହିପରି ଆମ୍ବୁଲାନ୍ସର ଯିବା ଆସିବା ବି ଲାଗି ରହିଛି । ଫଳରେ ଅନେକ ସମୟରେ ଲୋକେ ମୋଟର ସାଇକେଲ ଓ ଚାରି ଚକିଆ ଯାନ ପାର୍କିଂ କରିବାରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାର୍କିଂ ସମସ୍ୟା

ବିଶେଷକରି ଚାରି ଚକିଆ ଗାଡିରେ ରୋଗୀ ନେଇ ଆସୁଥିବା ଗାଡି ଗୁଡିକ ଫେରିବା ସମୟରେ ଗାଡି ବୁଲେଇବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସମୟ ସମୟରେ ଲୋକେ ବେପାରୁଆ ଭାବେ ଗାଡି ମୋଟର ପାର୍କିଂ କରୁଥିବାରୁ ସୁରକ୍ଷା କର୍ମୀମାନେ ନିଜ ନିଜ ଭିତରେ ଦାଇତ୍ୱ ନିର୍ବାହ କରିବାରେ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳୁଛି।

ତେବେ ପ୍ରବେଶ ଦ୍ୱାରରେ ଦୁଇ ଦୁଇଟି ଝରି ନିର୍ମାଣ କରିବା ଯୋଗୁଁ ପାର୍କିଂ ସମସ୍ୟା ଉପୁଜିଥିବା ଆଶଙ୍କା କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.