ETV Bharat / state

ସରକାରୀ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କଲେ ଜିଲ୍ଲାପାଳ - subarnapur collector dissent

ମ୍ୟାଲେରିଆ ନିରାକରଣ ଉପରେ ଟାସ୍କଫୋର୍ସ ଗଠନ ବୈଠକରେ ନାହାଁନ୍ତି ନିରାକରଣ ଦିଗରେ କାର୍ଯ୍ୟ କରୁଥିବା ଅନେକ ସରକାରୀ ଅଧିକାରୀ । ଏନେଇ ଜିଲ୍ଲାପାଳ ମନୀଷା ବାନାର୍ଜୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : Jul 20, 2019, 10:00 AM IST

ସୁବର୍ଣ୍ଣପୁର: ମ୍ୟାଲେରିଆ ନିରାକରଣ ଉପରେ ଟାସ୍କଫୋର୍ସ ଗଠନ ବୈଠକରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ସରକାରୀ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି । ଶୁକ୍ରବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମ୍ୟାଲେରିଆ ନିରାକରଣ ଉପରେ ଟାସ୍କଫୋର୍ସ ଗଠନ ତଥା ସଚେତନତା ସୃଷ୍ଟି ପାଇଁ ଆୟୋଜିତ ବୈଠକରେ ଜିଲ୍ଲାପାଳ ଯୋଗଦେଇଥିଲେ । କିନ୍ତୁ ଏହି ବୈଠକରେ କିଛି ସରକାରୀ ଅଧିକାରୀ ଅନୁପସ୍ଥିତ ଥିଲେ । ଫଳରେ ଜିଲ୍ଲାପାଳ ମନୀଷା ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ମ୍ୟାଲେରିଆ ନିରାକରଣ ଦିଗରେ କାର୍ଯ୍ୟ କରୁଥିବା ସଦର ପୌର ପରିଷଦ, ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିକାରୀ , ଜିଲ୍ଲା ବନ ଅଧିକାରୀ, ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଦୁଇ ଜଣ ମେଡିକାଲ ଅଫିସର ଓ ଡିପିଏମ ଅନୁପସ୍ଥିତ ଥିଲେ ।

ସୂଚନାମୁତାବକ, ଜିଲ୍ଲାପାଳ ନିର୍ଦ୍ଧାରିତ ସମୟରେ ବୈଠକରେ ଯୋଗ ଦେଇଥିବାବେଳେ ନିମନ୍ତ୍ରିତ ଅନେକ ଅଧିକାରୀ ଆସି ନଥିଲେ । ଫଳରେ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କୁ ଅନୁପସ୍ଥିତ ଅଧିକାରୀଙ୍କ ତାଲିକା ମାଗିଥିଲେ । ଅଧିକାରୀଙ୍କ ଅନୁପସ୍ଥିତିରେ କିଭଳି ସଚେତନତା ହେବ ବୋଲି ଜିଲ୍ଲାପାଳ ପ୍ରଶ୍ନ କରିଥିଲେ। ମ୍ୟାଲେରିଆରେ ଗରିବ ଜନସାଧାରଣ ପୀଡିତ ହେଉଥିବାବେଳେ ଏଦିଗରେ କାର୍ଯ୍ୟ କଲେ ଦେଶ, ଜାତି, ସମାଜ ତଥା ଭଗବାନ ବି ପ୍ରସନ୍ନ ହେବେ ବୋଲି କହିଥିଲେ ।

ମାତ୍ର 3 ଦିନ ତଳେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ମନୀଷା ବାନାର୍ଜୀ ଅନୁପସ୍ଥିତ ଅଧିକାରୀଙ୍କ ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ସାଧାରଣରେ ବେଶ ଚର୍ଚ୍ଚା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

Intro:ସୁବର୍ଣ୍ଣପୁର ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ବୈଠକରେ ସରକାରୀ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି।ମେଲେରୀଆ ନିରାକରଣ ଉପରେ ଟାସ୍କଫୋର୍ସ ଗଠନ ତଥା ସଚେତନତା ସୃଷ୍ଟି ପାଇଁ ଆୟୋଜିତ ବୈଠକରେ ଯୋଗଦେଇ ଅନୁପସ୍ଥିତ ସରକାରୀ ଅଧିକାରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।ମେଲେରିଆ ନିରାକରଣ ଦିଗରେ କାର୍ଯ୍ୟ କରୁଥିବା ସଦର ପୌର ପରିଷଦ , ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିକାରୀ , ଜିଲ୍ଲା ବନ ଅଧିକାରୀ , ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଦୁଇ ଜଣ ମେଡିକାଲ ଅଫିସର ଓ ଡିପିଏମ ଅନୁପସ୍ଥିତ ଥିଲେ।

Body:ଜିଲ୍ଲାପାଳ ନିର୍ଦ୍ଧାରିତ ସମୟରେ ବୈଠକରେ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅନେକ ଅଧିକାରୀ ଆସି ନ ଥିଲେ। ଫଳରେ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କୁ ଅନୁପସ୍ଥିତ ଅଧିକାରୀଙ୍କ ତାଲିକା ମାଗିଥିଲେ।ଅଧିକାରୀଙ୍କ ଅନୁପସ୍ଥିତିରେ କିଭଳି ସଚେତନତା ହେବ ବୋଲି ଜିଲ୍ଲାପାଳ ପ୍ରଶ୍ନ କରିଥିଲେ।ମେଲେରିଆରେ ଗରିବ ଜନସାଧାରଣ ପୀଡ଼ିତ ହେଉଥିବା ବେଳେ ଏଦିଗରେ କାର୍ଯ୍ୟ କଲେ ଦେଶ , ଜାତି ,ସମାଜ ତଥା ଭଗବାନ ବି ପ୍ରସନ୍ନ ହେବେ ବୋଲି କହିଥିଲେ।

Conclusion:ଜିଲ୍ଲାପାଳ ଅନୁପସ୍ଥିତ ଅଧିକାରୀଙ୍କ ତାଲିକା ମାଗିବା ପରେ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମାତ୍ର ତିନି ଦିନ ତଳେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ମନୀଷା ବାନାର୍ଜୀ ଅନୁପସ୍ଥିତ ଅଧିକାରୀଙ୍କ ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ସାଧାରଣରେ ବେଶ ଚର୍ଚ୍ଚା ହେଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.