ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ: ବିଜେପିର ବିକ୍ଷୋଭ - ସୁବର୍ଣ୍ଣପୁର ଆବାସ ଯୋଜନାରେ ଦୁର୍ନିତୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ଆନ୍ଦୋଳନ । ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଦେବା ପରିବର୍ତ୍ତେ ଅଯୋଗ୍ୟ ବ୍ୟକ୍ତିଙ୍କୁ ହାତଗୁଞ୍ଜା ନେଇ ଘର ଦେଉଥିବା ବିଜେପି ଅଭିଯୋଗ କରିଛି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତୀ ଅଭିଯୋଗ: ବିଜେପିର ବିକ୍ଷୋଭ

author img

By

Published : Jul 8, 2021, 8:30 PM IST

ସୁବର୍ଣ୍ଣପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ଆନ୍ଦୋଳନ । ଜିଲ୍ଲାର ବୀରମହରାଜପୁର ତହସିଲ କାର୍ଯ୍ୟାଳୟ ଆଗରେ ବିଜେପି କାର୍ଯ୍ୟକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି । ପ୍ରକୃତ ହିତାଧିକାରୀଙ୍କୁ ଘର ନଦେଇ ଦଳୀୟ ଭିତ୍ତିରେ ଜିଲ୍ଲା ପ୍ରଶାସନ ଘର ବାଣ୍ଟୁଥିବା ଅଭିଯୋଗ ହୋଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନିତୀ ଅଭିଯୋଗ: ବିଜେପିର ବିକ୍ଷୋଭ

ଅନେକ ଗରିବ ହିତାଧିକାରୀଙ୍କ ନାମ ଘର ତାଲିକାରୁ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ହାତ ଗୁଞ୍ଜା ନେଇ ପ୍ରଶାସନ ଘର ଦେଉଥିବା ବିଜେପି ଅଭିଯୋଗ କରିଛି । ବୀରମହାରାଜପୁର ମଣ୍ଡଳ ବିଜେପି ପକ୍ଷରୁ ଗାୟତ୍ରୀ ପାଣିଗ୍ରାହୀଙ୍କ ନେତୃତ୍ତ୍ବରେ କାର୍ଯ୍ୟକର୍ତ୍ତାମାନେ ବ୍ଲକ ସମ୍ମୁଖରେ ଧାରଣା ଦେଇ ରାଜ୍ୟ ସରକାରଙ୍କ ନାମରେ ସ୍ଲୋଗାନ ବାଜି କରିଛନ୍ତି ।

ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ବିଧିବଦ୍ଧ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.